Monday, November 16, 2026
Home ଆଞ୍ଚଳିକ 100ରୁ ଅଧିକ କିମି ଯାତ୍ରା କରି ପହଞ୍ଚିଲା ରହସ୍ୟମୟ ବୋଟ୍

100ରୁ ଅଧିକ କିମି ଯାତ୍ରା କରି ପହଞ୍ଚିଲା ରହସ୍ୟମୟ ବୋଟ୍

8

 ୨୮/୦୯/୨୧ (ଜିଲ୍ଲା ଖବର) : ଭାରତରେ ବର୍ମୁଡ଼ା ଟ୍ରାଙ୍ଗେଲ୍ !  ବାତ୍ୟା ଗୁଲାବବେଳେ ଘଟିଲା ରହସ୍ୟମୟ ଘଟଣା । ଗୋପାଳପୁରରୁ ମଞ୍ଚନିଲପେଟା 100ରୁ ଅଧିକ କିଲୋମିଟର ଯାତ୍ରା କରି ପହଞ୍ଚିଲା ରହସ୍ୟମୟ ବୋଟ୍ । ନା ଥିଲେ ଯାତ୍ରୀ , ନା ଥିଲେ ମତ୍ସଜୀବୀ । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ନାଁ ହେଲେ ଘଟଣାକୁ ନେଇ ଏବେ ଉଭୟ ଆନ୍ଧ୍ର ଓ ଓଡ଼ିଶାରେ ଚର୍ଚ୍ଚା….

ସ୍ଥାନ- ଗୋପାଳପୁର,ଗଂଜାମ । ସମୟ ସକାଳ 7.20 । ନୂଆ ବୋଟ କିଣି ସାରିବା ପରେ ଆନ୍ଧ୍ରର 6 ମତ୍ସଜୀବୀ ବାହାରିପଡିଥିଲେ ମଞ୍ଚନିଲପେଟା ଅଭିମୁଖେ । ଏପଟେ ପାଣିପାଗ ବିଭାଗ ଆକଳନ କରିସାରିଛି ଯେ ଆଗକୁ ଆସୁଛି ବାତ୍ୟା ଗୁଲାବ । କେଉଁଠି ଲ୍ୟାଣ୍ଡଫଲ କରିବାର ଦ୍ୱନ୍ଦ୍ୱ ମଧ୍ୟରେ ବୋଟରେ ଚଢି ଲକ୍ଷ୍ୟସ୍ଥଳ ଅଭିମୁଖ୍ୟ ଯାତ୍ରା ଆରମ୍ଭ କରିଥିଲେ 6 ମତ୍ସଜୀବୀ ।

ଆଉ ତା ପରେ ଯାହା ଘଟିଥିଲେ ତାହା କୌଣସି ହଲିଉଡ ଫିଲ୍ମ କାହାଣୀ ଠାରୁ କମ ନୁହେଁ । ସମୟ ସକାଳ 9:30 । ଖବର ଚାଲିଥିଲା, ବାତ୍ୟା ଗୁଲାବ ଆସିବ.. କିନ୍ତୁ ପୂର୍ବରୁ ଆସିଥିବା ବାତ୍ୟା ଭଳି ଆକ୍ରମଣାତ୍ମକ ହେବ ନାହିଁ

ରାତି ପ୍ରାୟ 11 ଟା । କାଲିଙ୍ଗପାଟନମ୍ ଏବଂ ଗୋପାଳପୁର ମଧ୍ୟରେ ରାତି ପ୍ରାୟ 11 ଟା ମଧ୍ୟରେ ଲ୍ୟାଣ୍ଡଫଲ କରିବ । ଏହା ଜଣିବା ପରେ ଧିରେ ଧିରେ ଘଣ୍ଟାର କଣ୍ଟା ପରି, ଏହି ନୂତନ ବୋଟ୍  ମଧ୍ୟ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇ ରାତି 2 ଟାରେ ବାରୁୱା ସାଗର ବେଳାଭୂମିରେ ପହଞ୍ଚେ ।

NDRF ର ସୂଚନା ପରେ, ସମସ୍ତେ ଏହି ସମୁଦ୍ର କୂଳରେ ପ୍ରାୟ ଦୁଇ ଘଣ୍ଟା ରୁହନ୍ତି । ଏପଟେ ଗୁଲାବ ଲୁଚକାଳି ଖେଳୁଥାଏ, ସେପଟେ ସାହସ ବାନ୍ଧି 6 ମତ୍ସଜୀବୀ ନିଜ ନୂଆ ବୋଟକୁ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ପୁଣି ପ୍ରସ୍ତୁତି ଆରମ୍ଭ କରି ଦିଅନ୍ତି । ସମୟ ସନ୍ଧ୍ୟା 6 ଟା…ପାଣିପାଗ ବିଭାଗର ଆକଳନ ଗୁଲାବ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ।  ଏପଟେ 6 ମତ୍ସଜୀବୀଙ୍କୁ ଧରି ସମୂଦ୍ର ମଧ୍ୟରେ ଥିବା ବୋଟ ବି ସାମ୍ନା କରେ ଗୁଲାବର ପ୍ରଭାବକୁ ।

ଜୁଆର ଉପରେ ଜୁଆର …ସମୂଦ୍ର ମଧ୍ୟରେ ସ୍ଥିତି ଅଧିକ ସଂଗୀନ ହେବାରେ ଲାଗିଥାଏ । ବାରୁୱା ଠାରୁ ମାତ୍ର 10 ନୌଟିକାଲ୍ ମାଇଲ୍ ପରେ ବୋଟଟି ଜୁଆର ମାଡରେ ଓଲଟିପଡେ । ସମୂଦ୍ରକୁ ଡିଆଁ ମାରନ୍ତି ଏଥିରେ ଥିବା 5 ଜଣ ମତ୍ସଜୀବୀ । ହେଲେ ରହିଯାଆନ୍ତି 18 ବର୍ଷର ଯୂବକ ମୋହନ ରାଓ । ମୋହନଙ୍କୁ ବଞ୍ଚାଇବାକୁ ବୋଟରେ ଥିବା ଆଉ ଜଣେ ମତ୍ସଜୀବୀ ପ୍ରୟାସ କରନ୍ତି…ଆଉ କାନ୍ଧରେ ସମସ୍ତ ଲୋକ ଆକୁପାଲ୍ଲୀ ସମୁଦ୍ର କୂଳରେ ପହଞ୍ଚି ମୋହନଙ୍କୁ 4 ନୌଟିକାଲ୍ ମାଇଲ୍ କାନ୍ଧରେ ବୋହି ନେଇଥିଲେ । ତା’ପରେ ଆଉ ଏକ ବଡ ଘୂର୍ଣ୍ଣିବାତ୍ୟା ଆସେ ଏବଂ ଏଥର ମୋହନ ତାଙ୍କ ଠାରୁ ଅଲଗା ହୋଇଯାଇଥିଲେ ।

6 ଘଣ୍ଟାର ଦୀର୍ଘ ସନ୍ତରଣ ପରେ 6  ମତ୍ସ୍ୟଜୀବୀଙ୍କ ମଧ୍ୟରୁ 5 ଜଣ ନିଜ ଜୀବନ ବଞ୍ଚାଇବାରେ ସଫଳ ହୁଇନ୍ତି…ହେଲେ ନିଖୋଜ ରହିଯାଆନ୍ତି  18 ବର୍ଷୀୟ ଯୁବକ ମୋହନ । ସମସ୍ତେ ଭାବିଥିଲେ, ଏସବୁ ଭିତରେ ନୂଆ କରି କିଣାଯାଇଥିବା ବୋଟଟି ସମୂଦ୍ର ମଧ୍ୟରେ କେଉଁଠି ହଜିଯିବ ।

ହେଲେ ବୋଟ ଟି ଠିକ ଭାବରେ ଏହାର ଗନ୍ତବ୍ୟ ସ୍ଥଳରେ ପହଞ୍ଚି ଯାଏ । ଏହେ କେମିତି ସମ୍ଭବ ହେଲା ତାହା ଏବେ ସମସ୍ତଙ୍କୁ ଚକିତ କରିଛି । କେମିତି ଘଟିଲା ବର୍ମୁଣ୍ଡା ତ୍ରିକୋଣ ଭଳି ରହସ୍ୟମୟୀ ଘଟଣା । ବଙ୍ଗପସାଗର ମଧ୍ୟରେ ରହିଛି କି କିଛି ଅଦୃଶ୍ୟ ଶକ୍ତି ?