Thursday, November 12, 2026
Home ଆଞ୍ଚଳିକ ଆଜି ମୋନି ରୟଙ୍କ ଜନ୍ମଦିନ

ଆଜି ମୋନି ରୟଙ୍କ ଜନ୍ମଦିନ

11

ନୂଆଦିଲ୍ଲୀ ,୨୮/୦୯/୨୧ (ଜିଲ୍ଲା ଖବର) : ଟେଲି ଦୁନିଆଁରୁ ନେଇ ବଲିଉଡ ଯାଏଁ , ନିଜର ଜଲଓ୍ବା ଦେଖାଇଛନ୍ତି ଅଭିନେତ୍ରୀ ମୋନି ରୟ । ୨୦୦୭ରେ ଟେଲି ଧାରାବାହିକ ’କ୍ୟୁକି ସାସ୍ ଭି କଭି ବହୁ ଥି’ ମାଧ୍ୟମରେ କ୍ୟାରିୟର ଆରମ୍ଭ କରିଥିଲେ ସେ ।  ଏହାପରେ ସେ ‘କସ୍ତୁରୀ’, ‘ଦେବୋ କି ଦେବ୍ ମହାଦେବ୍’, ‘ ନାଗିନ୍’, ‘ନାଗିନ୍ ୨’, ‘ନାଗିନ୍ ୩’ ଭଳି ଅନେକ ଧାରାବାହିକ ଏବଂ ରିଆଲିଟି ଶୋ’ରେ ନଜର ଆସିଛନ୍ତି  । କିନ୍ତୁ ଧାରାବାହିକ ନାଗିନ୍ ମାଧ୍ୟମରେ ସେ ଘରେ ଘରେ ବେଶ ପରିଚିତ ଏବଂ ଲୋକପ୍ରିୟ ହୋଇଥିଲେ ।

ଆଜି ହେଉଛି ମୋନି ରୟଙ୍କ ଜନ୍ମଦିନ । ଆଜି ସେ ତାଙ୍କର ୩୬ତମ ଜନ୍ମଦିନ ପାଳନ କରୁଛନ୍ତି ।

ଅଭିନୟ ବ୍ୟତୀତ ସେ ତାଙ୍କ ହଟ ଲୁକକୁ  ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ସୋସିଆଲ ମିଡିଆରେ ବେଶ ଆକ୍ଟିଭ ରହୁଥିବା ମୋନିଙ୍କ, ଫ୍ୟାନ ଫଲୋଇଙ୍ଗ୍ ମଧ୍ୟ କିଛି କମ୍ ନୁହଁନ୍ତି । ଫଟୋ, ଭିଡିଓ ସେୟାର କରି ସେ ସବୁବେଳେ ଫ୍ୟାନ୍ସଙ୍କ ଦୃଷ୍ଟି ଆକର୍ଷଣ କରନ୍ତି । ପ୍ରଥମରୁ ସାଧାସିଦା ଦେଖା ଯାଉଥିବା ମୋନି ରୟ,ଏବେ ନିଜକୁ ଏକଦମ୍ ପରିବର୍ତ୍ତନ କରିଛନ୍ତି ।