Wednesday, November 11, 2026
Home ଆଞ୍ଚଳିକ ସାମ୍ନାକୁ ଆସିଲା ଫିଲ୍ମ ’ଭୂଲ୍ ଭୂଲେୟା ୨’ର ରିଲିଜ୍ ଡେଟ୍

ସାମ୍ନାକୁ ଆସିଲା ଫିଲ୍ମ ’ଭୂଲ୍ ଭୂଲେୟା ୨’ର ରିଲିଜ୍ ଡେଟ୍

10

ନୂଆଦିଲ୍ଲୀ, ୨୮/୦୯/୨୧ (ଜିଲ୍ଲା ଖବର) : ଗତ କିଛି ଦିନ ଧରି ବଲିଉଡ ଅଭିନେତା କାର୍ତ୍ତିକ୍ ଆର୍ଯ୍ୟନଙ୍କ ଅପକମିଙ୍ଗ୍ ଫିଲ୍ମ’ଭୂଲ ଭୂଲେୟା ୨’କୁ ନେଇ ଚର୍ଚ୍ଚା ଯୋର ଧରିଛି । ଆଉ ଏବେ ଏହାର ମୋସନ ପୋଷ୍ଟର ସହିତ, ଫିଲ୍ମର ରିଲିଜ୍ ଡେଟ ମଧ୍ୟ ସାମ୍ନାକୁ ଆସିଛି । ଖୁବ୍ ଶୀଘ୍ର ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି । କାହିଁକି ନାଁ, ଖୁବ୍ ଶୀଘ୍ର  ସିନେମାଘରେ ଏହି ଫିଲ୍ମ ରିଲିଜ୍ ହେବାକୁ ଯାଉଛି । ଟି-ସିରିଜ୍ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଂଟରେ ଏହି ଫିଲ୍ମର ମୋସନ ପୋଷ୍ଟର ସେୟାର କରାଯାଇଛି । ଯେଉଁଥିରେ କାର୍ତ୍ତିକ ଆର୍ଯ୍ୟନଙ୍କ ଲାଟେଷ୍ଟ ଲୁକ୍ ନଜର ଆସୁଛି ।

ଟି-ସିରିଜ୍ ଏହି ମୋସନ ପୋଷ୍ଟର ସେୟାର କରିବା ସହିତ, ଲେଖିଛନ୍ତି ଯେ, ‘ ଇସ୍ ହାବେଲି କି ଦରଓ୍ବାଜେ ହମେଶା କେ ଲିଏ ଖୁଲନେ ଓ୍ବାଲେ ହେ ବହୁତ୍ ଜଲଦ,ତେୟାର ହୋ?’ ।

ସୂଚନାଯୋଗ୍ୟ : ଏହି ହରର୍ କମେଡି ଫିଲ୍ମ’ଭୂଲ ଭୂଲେୟା ୨’ ୨୫ ମାର୍ଚ୍ଚ ୨୦୨୨ରେ ସିନେମାଘରେ ରିଲିଜ୍ ହେବ ।