Home ଅପରାଧ ଭିଜିଲାନ୍ସ ଜାଲରେ ବଲାଙ୍ଗିର ଜିଲ୍ଲା କୃଷି ଅଧିକାରୀ ହିମାଂଶୁ ଶେଖର ପାଢ଼ୀ

ଭିଜିଲାନ୍ସ ଜାଲରେ ବଲାଙ୍ଗିର ଜିଲ୍ଲା କୃଷି ଅଧିକାରୀ ହିମାଂଶୁ ଶେଖର ପାଢ଼ୀ

12

ବଲାଙ୍ଗିର, : ଭିଜିଲାନ୍ସ ଜାଲରେ ବଲାଙ୍ଗିର ଜିଲ୍ଲା କୃଷି ଅଧିକାରୀ ହିମାଂଶୁ ଶେଖର ପାଢ଼ୀ। ସାତ ହଜାର ଟଙ୍କା ଲାଞ୍ଚ ନେବାବେଳେ କାବୁ କଲା ବଲାଙ୍ଗିର ଭିଜିଲାନ୍ସ । ପି.ଓ.ଏସ. ମେସିନ ପାଇଁ ପଣ୍ଡକିଟାଲର ଦୁର୍ଯ୍ୟାଧନ ବାରିକଙ୍କ ଠାରୁ ନେଉଥିଲେ ଲାଞ୍ଚ । ଲାଞ୍ଚ ନେବା ସମୟରେ ଅଚାନକ ବଲାଙ୍ଗିର ଭିଜିଲାନ୍ସ ବିଭାଗ ଚଢଉ କରିଥିଲା।

କୃଷି ଅଧିକାରୀଙ୍କ ହାତୀଶାଳପଡା ଘରେ ଛାନଭିନ୍ କଲାପରେ ଏକ ପ୍ୟାକେଟ ଗଞ୍ଜେଇ ମଧ୍ୟ ପାଇଛି ଭିଜିଲାନ୍ସ ବିଭାଗ। କୃଷି ଅଧିକାରୀ ହିମାଂଶୁ ଶେଖର ପାଢୀଙ୍କୁ ଭିଜିଲାନ୍ସ ବିଭାଗ ଅଫିସରେ ଅଧିକ ପଚରାଉଚରା କରୁଛି ।