Sunday, November 15, 2026
Home ଆଞ୍ଚଳିକ ସାରାଙ୍କ ଶାଢୀରେ ବିଗବିଙ୍କ ଡାଇଲଗ୍

ସାରାଙ୍କ ଶାଢୀରେ ବିଗବିଙ୍କ ଡାଇଲଗ୍

13

ନୂଆଦିଲ୍ଲୀ, ୨୮/୦୯/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ ତାଙ୍କର ଅଭିନୟ ସହିତ ବିନ୍ଦାସ୍ ଅନ୍ଦାଜକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ଅଭିନୟ ବ୍ୟତୀତ ବୁଲିବାକୁ ଭଲ ପାଉଥିବା ସାରାଙ୍କୁ ସବୁପ୍ରକାର ଆଉଟଫିଟରେ ଦେଖିବାକୁ ମିଳେ ।  ଯାହାବି ପିନ୍ଧନ୍ତି ସେ, ସବୁଥିରେ ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରନ୍ତି ।

ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ୍ ରହୁଥିବା ସାରା, ସବୁବେଳେ ଫଟୋ, ଭିଡିଓ ସେୟାର କରି ଫ୍ୟାନ୍ସଙ୍କ ସହ ଯୋଡି ହୋଇ ରୁହନ୍ତି । ତାଙ୍କର ଫଟୋ ହେଉବା ଭିଡିଓ , ଆସିବା ମାତ୍ରେ ସୋସିଆଲ ମିଡିଆରେ ଛାଇ ଯାଏ । ତେବେ ନିକଟରେ ସେ ତାଙ୍କର କିଛି ଶାଢୀ ପିନ୍ଧା ଫଟୋ ସେୟାର କରିଛନ୍ତି । ଯାହାକି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ଏଥିରେ ସେ ଏକଦମ୍ ଟ୍ରାଡିସନାଲ ଲୁକରେ ନଜର ଆସୁଛନ୍ତି । ପିଙ୍କ୍ କଲର ପ୍ରିଣ୍ଟେଡ୍ ଶାଢୀରେ ଏକଦମ୍ ଜବରଦସ୍ତ ଲାଗୁଛନ୍ତି ସାରା । ସବୁଠାରୁ ଖାସ୍ କଥା ହେଉଛି, ସାରା ପିନ୍ଧିଥିବା ଏହି ଶାଢୀ ହେଉଛି ମଦର ଥିମ୍ ଉପରେ ରହିଛି । ଶାଢୀରେ ଅମିତାଭ୍ ବଚ୍ଚନଙ୍କ ଆଇକନିକ୍ ଡାଇଲଗ୍ ମଧ୍ୟ ଲେଖା ହୋଇଛି । ଯେଉଁଥିରେ ଲେଖା ହୋଇଛି ‘ମେରେ ପାସ୍ ମା’ ହେ’ ।ଏହା ସହିତ ତାଙ୍କ ଶାଢୀରେ ‘ଠଣ୍ଡ୍ ରଖ’ ଭଳି  ମଜାଦାର ପ୍ରିଣ୍ଟ ମଧ୍ୟ ହୋଇଛି । ତେବେ ଏହି ଶାଢୀରେ ଖୁବ୍ ସୁନ୍ଦର ଲାଗୁଛନ୍ତି ସାରା । ତାଙ୍କର ଏହି ଷ୍ଟାଇଲକୁ ଫ୍ୟାନ୍ସ ମଧ୍ୟ ବେଶ ପସନ୍ଦ କରୁଛନ୍ତି । ଏହା ସହିତ ଗ୍ଲୋବାଲ ଇଭେଣ୍ଟ ପାଇଁ ଏହି ଟ୍ରାଡିସନାଲ ଲୁକ ବାଛିଥିବାରୁ ସାରାଙ୍କୁ ପ୍ରଶଂସା ମଧ୍ୟ କରାଯାଉଛି ।