
ଭୁବନେଶ୍ୱର,୨୮/୦୯/୨୧ (ଜିଲ୍ଲା ଖବର) : ବିଳମ୍ବିତ ରାତିରେ ଡକାୟତ ଯୋଜନା ଚାଲିଥିଲା । ସତସଙ୍ଗ ବିହାର ରାସ୍ତାରେ ପିସ୍ତଲ ଧରି ବୁଲୁଥିଲେ ଦୂର୍ବୃତ୍ତ । ହେଲେ ସବୁକିଛି ପଣ୍ଡ ହେଇଗଲା । ଭୋର ତିନିଟା ବେଳେ କମିଶନରେଟ ପୁଲିସ ପାଟ୍ରୋଲିଙ୍ଗ କରୁଥିବାବେଳେ ତିନି ଲୁଟେରାଙ୍କୁ କାବୁ କଲା ପୁଲିସ ।
ପୋଲିସଙ୍କୁ ଦେଖି ଲୁଟେରାମାନେ ଘଟଣାସ୍ଥଳରୁ ଖସିଯିବାକୁ ଉଦ୍ୟମ କରିଥିଲେ । ପିସିଆରରେ ଥିବା ପୁଲିସ ଷ୍ଟାଫ ଏହି ତିନି ଲୁଟେରାଙ୍କୁ କାବୁ କରି ଥାନାକୁ ଆଣିଥିଲେ । ଏମାନଙ୍କ ନିକଟରୁ ଗୋଟିଏ ପିସ୍ତଲ ଓ ବାଇକ ଜବତ କରାଯାଇଛି ।



