
ନୂଆଦିଲ୍ଲୀ, ୨୮/୦୯/୨୧ (ଜିଲ୍ଲା ଖବର) : ବଲିଉଡର ହ୍ୟାଣ୍ଡସମ୍ ହଙ୍କ ରଣବୀର କପୁରଙ୍କ ଆଜି ଜନ୍ମଦିନ । ବି-ଟାଉନରେ ନିଜର ଅଭିନୟ ସହିତ, ନିଜ ଷ୍ଟାଇଲରେ ସେ ସମସ୍ତଙ୍କୁ ଦିଓ୍ବାନା କରନ୍ତି । ବଲିଉଡ ଅଭିନେତା ଋିଷି କପୁର ଏବଂ ଅଭିନେତ୍ରୀ ନିତୁ କପୁରଙ୍କୁ ସୁପୁତ୍ର ହେଉଛନ୍ତି ରଣବୀର କପୁର । ବଲିଉଡରେ ଚକୋଲେଟ ବୟ ନାଁରେ ମଧ୍ୟ ବେଶ ପରିଚିତ ରଣବୀର । ୨୮ ସେପ୍ଟେମ୍ବର ମାନେ ଆଜି , ସେ ତାଙ୍କର ୩୯ତମ ଜନ୍ମଦିନ ପାଳନ କରୁଛନ୍ତି ।
ରଣବୀର କପୁର ତାଙ୍କ କ୍ୟାରିୟରରେ ଅନେକ ହିଟ ଫିଲ୍ମ ଭେଟି ଦେଇଛନ୍ତି ଦର୍ଶକଙ୍କୁ । ତାଙ୍କ ଅଭିନୟକୁ ମଧ୍ୟ ବେଶ ପସନ୍ଦ କରନ୍ତି ଦର୍ଶକ । ୨୦୦୭ରେ ଫିଲ୍ମ’ସାଓ୍ବାରିଆ’ ମାଧ୍ୟମରେ ସେ ଏକ ଅଭିନେତା ରୂପେ ଡେବ୍ୟୁ କରିଥିଲେ । ଏହାପରେ ସେ ଆଉ କେବେ ପଛକୁ ଫେରି ଚାହିଁ ନାହାଁନ୍ତି । ଅନେକ ଫିଲ୍ମ ଭେଟି ଦେଇଛନ୍ତି ଦର୍ଶକଙ୍କୁ । ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅନେକ ଅନେକ ଶୁଭକାମନା ।


