
୨୮/୦୯/୨୧ (ଜିଲ୍ଲା ଖବର) : ଶ୍ରୀମନ୍ଦିର ରତ୍ନଭଣ୍ଡାରରୁ ଚୋରି ହୋଇଯାଇଛି କି ସୁନା ଅଳଙ୍କାର । ସୂଚନା ଅଧିକାର ଆଇନରେ ମଗାଯାଇଥିଲା ତଥ୍ୟ। ୧୯୬୦ ମସିହା ଅକ୍ଟୋବର ମାସ ୨୪ ତାରିଖ ପରଠାରୁ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଚାବି ପୁରୀ ଜିଲ୍ଲା ଟ୍ରେଜେରୀରେ କେଉଁ ତାରିଖରେ ଦାଖଲ ବା ଜମା ହୋଇଥିଲା । ଉତ୍ତର ଆସିଲା ଆଶ୍ଚର୍ଯ୍ୟଜନକ। ୧୯୬୦ ପରଠାରୁ ଚାବି ଟ୍ରେଜେରିକୁ ଆସିନାହିଁ। ତେବେ ବଡ଼ ପ୍ରଶ୍ନ କାହା ପାଖରେ ଥିଲା ଚାବି, ୧୯୬୦ ପରେ ୧୯୭୩, ୧୯୭୮ ଓ ୧୯୮୫ରେ କିଭଳି ଖୋଲିଲା ଭିତର ରତ୍ନଭଣ୍ଡାର, କିଏ ଦେଇଥିଲା ଚାବି, କାହିଁକି ଚାବି ଯାଇନଥିଲା ଟ୍ରେଜେରୀକୁ, ଡୁପ୍ଲିକେଟ ଚାବିର ରହସ୍ୟ କଣ, ଡୁପ୍ଲିକେଟ୍ ଚାବି ଆସିଲା କେଉଁଠାରୁ ।
ଏନେଇ ରାଜ୍ୟ ସରାକରଙ୍କ ଉପରେ ବର୍ଷିଛନ୍ତି ଜଗନ୍ନାଥ ସେନାର ଆବାହକ। ସିଧାସଳଖ ଅଭିଯୋଗ କରିଛନ୍ତି ରତ୍ନଭଣ୍ଡାରରୁ ଲୁଟ୍ ହୋଇଛି ଅଳଙ୍କାର। ଆଉ ସେଥିପାଇଁ ଖୋଲାଯାଉନାହିଁ ରତ୍ନଭଣ୍ଡାର। ଏନେଇ ଖୋଲା ଚ୍ୟାଲେଞ୍ଜ ବି ଦେଇଛନ୍ତି ପ୍ରିୟଦର୍ଶନ ପଟ୍ଟନାୟକ।
ହାଇକୋର୍ଟଙ୍କ ନିର୍ଦ୍ଦେଶ ୨୦୧୮ ଏପ୍ରିଲରେ ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଏକ ୧୭ଜଣିଆ ଦଳ ଭିତରକୁ ଯାଇଥିଲେ । ଚାବି ହଜିଯାଇଥିବା କହି ଭିତର ରତ୍ନଭଣ୍ଡାରକୁ ନ ଯାଇ ବାହାରୁ ସ୍ଥିତି ଅନୁଧ୍ୟାନ କରିଥିବା ତତ୍କାଳୀନ ମୁଖ୍ୟ ପ୍ରଶାସକ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖିଥିଲେ। ଭିତର ରତ୍ନଭଣ୍ଡାର ଛାତ ଦୁର୍ବଳ ଥିବା କଥା ସେତେବେଳର ଜିଲ୍ଲାପାଳ ବି କହିଥିଲେ। ତା ପରେ ବି ମରାମତି ହେଲାନାହିଁ ।
୧୯୮୫ ପରଠାରୁ କାହିଁକି ଖୋଲାଯାଇନାହିଁ ରତ୍ନଭଣ୍ଡାର, ରତ୍ନଭଣ୍ଡାରରୁ ଚୋରି ହୋଇଯାଇଛି କି ରତ୍ନ ଅଳଙ୍କାର, ସତ ସାମ୍ନାକୁ ଆସିଲେ ସରକାର ରାଜ୍ୟବାସୀଙ୍କ କ୍ରୋଧର ଶିକାର ହେବେ, ବଦନାମ ହେବେ ଆଉ ଏଇ ଭୟରେ ଖୋଲୁନାହାନ୍ତି କି ରତ୍ନଭଣ୍ଡାର।


