ବହୁ ଚର୍ଚ୍ଚିତ ଖ୍ରୀଷ୍ଟକଲେଜ ଛାତ୍ର ମୃତ୍ୟୁ ଘଟଣାରେ ଦୁଇ ଜଣଙ୍କୁ ବାନ୍ଧିଲା ପୋଲିସ

6

କଟକ, ୨୮/୦୯/୨୧ (ଜିଲ୍ଲା ଖବର) :   ବହୁ ଚର୍ଚ୍ଚିତ ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତ ସାହୁ ମୃତ୍ୟୁ  ଘଟଣା ଉପରୁ ପରଦା ଉଠାଇଛି ପୋଲିସ । ଏହି ଘଟଣାରେ  କୌଶଳ ପ୍ରଧାନ ଓ ଦିବ୍ୟରଞ୍ଜନ ବେହେରା  ଦୁଇ ଅଭିଯୁକ୍ତକୁ ଗିରଫ କରିଛି ଜଗତପୁର ଥାନା ପୋଲିସ ।

ଦୁଇ ଜଣ ତୁଷାରଙ୍କୁ ଦୀର୍ଘ ଦିନ ଧରି ମାନସିକ ଓ ଶାରିରୀକ ନିର୍ଯାତନା ଦେଇ ଅସୁଥିଲେ । ଥାନାରେ ତୁଷାର ନାଁରେ ମାମଲା କରିବାକୁ ଧମକ ଦେଉଥିଲେ ଏହି ଦୁଇ ଅଭିଯୁକ୍ତ । ତ୍ରିକୋଣୀୟ ପ୍ରେମରୁ ଆରମ୍ଭ ହୋଇଥିଲା ନିର୍ଯାତନା । ତୁଷାର ଅଭିଯୁକ୍ତଙ୍କ ଚାପରେ ଆତ୍ମହତ୍ୟା କରିଥିବା ଏସପି ଅମରେନ୍ଦ୍ର ପଣ୍ଡାଙ୍କ ସୂଚନା ।  

ଏହି ଘଟଣାରେ ତୁଷାରଙ୍କ ବାନ୍ଧବୀ ତାଙ୍କ ବଡ଼ ଭଉଣୀ ଓ ପୁରୁଷ ବନ୍ଧୁଙ୍କୁ ମଧ୍ୟ ତଦନ୍ତ ପରିସର ଭୁକ୍ତ କରାଯିବ । ଏଥିରେ ଯାହାର ବି ସମ୍ପୃକ୍ତି ଥିବ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।  ଅଗଷ୍ଟ 3 ତାରିଖ ସନ୍ଧ୍ୟାରୁ ତୁଷାର ନିଖୋଜ ଥିଲେ । ପରେ ତୁଷାରଙ୍କ ଗାଡି, ଚପଲ ନୂଆ ପାଟଣା ବ୍ରିଜ ଉପରେ ପଡିଥିଲା । ଅଗଷ୍ଟ 5 ତାରିଖରେ ତୁଷାରଙ୍କ ମୃତଦେହ ଯୋବ୍ରା ବ୍ୟାରେଜରୁ ମିଳିଥିଲା । ତୁଷାରଙ୍କ ପରିବାର ଲୋକେ ଏହା ଏକ ହତ୍ୟା ବୋଲି ଥାନାରେ ଅଭିଯୋଗ କରିଥିଲେ ।