
ନୂଆଦିଲ୍ଲୀ ,୨୮/୦୯/୨୧ (ଜିଲ୍ଲା ଖବର) : ଟୋକିଓ ଅଲମ୍ପିକରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଥିବା ନୀରଜ ଚୋପ୍ରା ପ୍ରତି ଭାରତୀୟଙ୍କ ହୃଦୟ ଜିତିଛନ୍ତି । ବିଜ୍ଞାପନ, ମାଗାଜିନ, ଟିଭି ଚାରିଆଡେ ଏବେ ଛାଇ ଯାଇଛନ୍ତି ସେ । ଏବେ ଚାରିଆଡେ ତାଙ୍କୁ ନେଇ ଚର୍ଚ୍ଚା । ତେବେ କୌନ୍ ବନେଗା କୋଡପତି ପରେ ତାଙ୍କୁ ଡାନ୍ସ ରିଆଲିଟି ଶୋ’ ଡାନ୍ସ ପ୍ଲସ୍-୬ରେ ମଧ୍ୟ ଦେଖିବାକୁ ମିଳିଛି । ସେଠାରେ ମଧ୍ୟ ସେ ତାଙ୍କ ଅନ୍ଦାଜରେ ଧୁମ ମଚାଇଛନ୍ତି । ସେଠାରେ ରାଘବଙ୍କ ସହ ମଜାଳିଆ ଢଙ୍ଗରେ ସେ ଡାନ୍ସ କରୁଛନ୍ତି ।
ମଜାରେ ମଜାରେ ସବୁ ପ୍ରକାରର ଡାନ୍ସ ଷ୍ଟେପ୍ ସେ ରାଘବଙ୍କୁ ଶିଖାଉଛନ୍ତି । ଆଉ ସବୁଠାରୁ ଖାସ୍ କଥା ହେଉଛି, ସେଠାରେ ସେ କୋରିଓଗ୍ରାଫର ଶକ୍ତି ମୋହନଙ୍କୁ ପ୍ରପୋଜ୍ କରୁଛନ୍ତି । ସର୍ବ ସମ୍ମୁଖରେ ନିଜ ମନର କଥା କହିଦେଲେ ଗୋଲ୍ଡେନ ବୟ। ଆଉ ତା ପୁଣି ନିଜ ଅନ୍ଦାଜରେ। ନୀରଜ ଚୋପ୍ରାଙ୍କ ଏହି ପ୍ରପୋଜ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଶକ୍ତି ମୋହନଙ୍କ ଅନୁରୋଧ ପରେ ମଞ୍ଚ ଉପରେ ସମସ୍ତଙ୍କ ସାମ୍ନାରେ ତାଙ୍କୁ ପ୍ରପୋଜ କରିଛନ୍ତି ନୀରଜ । ନିଜ ଅନ୍ଦାଜରେ ସେ କହିଛନ୍ତି, ‘ମୋ ଜୀବନରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା ଜାଭେଲିନ୍, ମୁଁ ତୁମକୁ ଅଧିକ ସମୟ ଦେଇପାରିବି ନାହିଁ। ମୋତେ ଆଉ କିଛି ଆସେ ନାହିଁ। ଖାଦ୍ୟ ରୋଷେଇ କରିବା ମଧ୍ୟ ଆସେନି।’ ନୀରଜଙ୍କ ଏହି ପ୍ରପୋଜ କରିବାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ତାଙ୍କ ଫ୍ୟାନ୍ଙ୍କ ମଧ୍ୟରେ ଉତ୍ସାହ ବଢ଼ିଯାଇଛି।





