
ମୟୂରଭଞ୍ଜ,୨୮/୦୯/୨୧ (ଜିଲ୍ଲା ଖବର) : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଟ୍ରେଜେରି ଅଫିସରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ବିଦ୍ୟୁତ ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।
ଏହି ଅଗ୍ନିକାଣ୍ଡରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହିତ କମ୍ପ୍ୟୁଟର ଜଳି ପୋଡି ନଷ୍ଟ ହୋଇଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛି ।
ଭୋର ସମୟ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଭୋର ପ୍ରାୟ ୪ଟା ସମୟରେ କରଞ୍ଜିଆ ଟ୍ରେଜେରି ଅଫିସରେ ଧୂଆଁ ବାହିରି ଥିଲା। ପରେ ଅଫିସରେ ଥିବା କାଗଜପତ୍ରରେ ନିଆଁ ଲାଗି ଜଳିବାରେ ଲାଗିଥିଲା ।
ଅଫିସରେ ଥିବା ସୁରକ୍ଷା କର୍ମଚାରୀ ତୁରନ୍ତ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ । କିନ୍ତୁ ନିଆଁ ଆୟତ୍ତ ହେବା ବେଳକୁ ହୋଇଯାଇଥିବାରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡିଯାଇଥିବା ଜଣାପଡିଛି ।



