
ମୁମ୍ବାଇ,୨୮/୦୯/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତା ତୁଷାର କପୁର ଏବେ ତାଙ୍କର କିଛି ଫଟୋକୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି । ନିକଟରେ ସୋସିଆଲ ମିଡିଆରେ ସେ ନିଜର ସାର୍ଟଲେସ ଫଟୋ ସେୟାର କରିଛନ୍ତି । ଯାହାକୁ ନେଇ ଲୋକେ ତାଙ୍କୁ ବିଭିନ୍ନ କମେଣ୍ଟ କରିବାରେ ଲାଗିଛନ୍ତି ।
ଅଭିନେତା ତୁଷାର କପୁର ତାଙ୍କ ଇନଷ୍ଟାଗ୍ରାମରେ ଦୁଇଟି ଫଟୋ ସେୟାର କରିଛନ୍ତି । ସେ ସେୟାର କରିଥିବା ସେଲଫିକୁ ନେଇ ଲୋକେ ଏବେ ତାଙ୍କ ବୟସକୁ ନେଇ ଟ୍ରୋଲ କରୁଛନ୍ତି । ଏହା ବ୍ୟତୀତ ଅଭିନେତ୍ରୀ ସେଲିନା ଜେଟଲୀ ମଧ୍ୟ ମଜାଦାର କମେଣ୍ଟ କରିଛନ୍ତି । ଜଣେ ୟୁଜର ଲେଖିଛନ୍ତି ଯେ, କ’ଣ ବୁଢା ହୋଇଗଲ ଗୁରୁ’ । ଅନ୍ୟଜଣେ ଲେଖିଛନ୍ତି, ‘ବୁଢା ଲାଗୁଛନ୍ତି ରାମୁ କାକା’ ।
ପ୍ରକାଶ ଥାଉକି, ୨୦୦୧ରେ ଅଭିନେତା ତୁଷାର କପୁର ଫିଲ୍ମ ’ମୁଝେ କୁଛ୍ କହନା ହେ’ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଥିଲେ । ଏହି ଫିଲ୍ମ ପାଇଁ ତାଙ୍କୁ ବେଷ୍ଟ ମେଲ୍ ଡେବ୍ୟୁ ଅଭିନେତା ପୁରସ୍କାର ମିଳିଥିଲା । ଏହାପରେ ସେ ଆହୁରି ଅନେକ ଫିଲ୍ମରେ କାମ କରିଛନ୍ତି ।




