Tuesday, October 13, 2026
Home ଅପରାଧ ଥାନାରେ ବିସ୍ଫୋରଣକୁ ନେଇ ପ୍ରଶ୍ନ ଉଠାଇଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର

ଥାନାରେ ବିସ୍ଫୋରଣକୁ ନେଇ ପ୍ରଶ୍ନ ଉଠାଇଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର

10

୨୮/୦୯/୨୧ (ଜିଲ୍ଲା ଖବର) : ଥାନାରେ ବିସ୍ଫୋରଣକୁ ନେଇ ପ୍ରଶ୍ନ ଉଠାଇଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ସେ ପ୍ରଶ୍ନ କରିଛନ୍ତି, ପିପିଲିବାସୀ ସୁରକ୍ଷିତ ଅଛନ୍ତି ତ? ଲୋକ ଓ ବୁଥ୍ ସୁରକ୍ଷିତ ଅଛନ୍ତି ତ? ଯଦି ପିପିଲିରେ ରକ୍ଷକ ସୁରକ୍ଷିତ ନୁହନ୍ତି ସେମାନେ ସାଧାରଣ ଲୋକଙ୍କୁ ରକ୍ଷା କେମିତି କରିବେ? ଥାନା ଭିତରେ ବାଣ ଥିଲା ନା ଆଉ କିଛି ଥିଲା ? ବାହାରୁ ବିସ୍ଫୋରଣ ହେଲା ନା ଭିତରୁ?

ଶୀଘ୍ର ତଦନ୍ତ କରି ପିପିଲି ଓ ରାଜ୍ୟବାସୀଙ୍କୁ ପ୍ରଶ୍ନର ଉତ୍ତର ମିଳିବ ତ? ସେହିପରି ଥାନା ଭିତରେ କାହିଁକି ବିସ୍ଫୋରକ ଥିଲା? କାହିଁକି ବିସ୍ଫୋଟକ ରଖାଯାଇଥିଲା? ନିର୍ବାଚନ ପୂର୍ବରୁ ଥାନାରେ ବିସ୍ଫୋରଣ କଣ ପାଇଁ ହେଲା? ଲୋକତନ୍ତ୍ର ମୁଖ୍ୟ ପର୍ବ ପୂର୍ବରୁ ବିସ୍ଫୋରଣକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପିପିଲିବାସୀ ।

ସୂଚନାନୁସାରେ, ପୁରୀ ଜିଲ୍ଲା ବଳଙ୍ଗା ଥାନାରେ ଥିବା ମାଲଗୋଦାମ ଗୃହରେ ହୋଇଛି ବଡ଼ଧରଣର ବିସ୍ଫୋରଣ ହୋଇଥିଲା । ଗତକାଲି ବିଳମ୍ବିତ ରାତିରେ ଏହି ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି । ବିସ୍ଫୋରଣରେ ଥାନାରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।