Wednesday, November 11, 2026
Home ଆଞ୍ଚଳିକ ୧୧ଟାରେ ଭିଡିଓ କନଫରେନ୍ସି ମାଧ୍ୟମରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବେ ମୋଦି

୧୧ଟାରେ ଭିଡିଓ କନଫରେନ୍ସି ମାଧ୍ୟମରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବେ ମୋଦି

6

୨୮/୦୯/୨୧ (ଜିଲ୍ଲା ଖବର) : ଆଜି ୩୫ ପ୍ରକାର ନୂତନ କିସମର ଫସଲକୁ ରାଷ୍ଟ୍ର ଉଦେଶ୍ୟରେ ସମର୍ପଣ କରିବେ ପ୍ରଧାନ୍ତ୍ରୀମନ୍ତ୍ରୀ ନରେନ୍ଦ୍ର ମୋଦି । ଦିନ ୧୧ଟା ସମୟରେ ଭିଡିଓ କନଫରେନ୍ସି ମାଧ୍ୟମରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଏହି ସବୁ ଫସଲ ଗୁଡିକୁ ଦେଶପାଇଁ ସମର୍ପଣ କରିବେ ବୋଲି ଜଣାପଡିଛି।

ଉନ୍ନତ ଜ୍ଞାନକୌଶଳକୁ ନେଇ ଆଇ.ସି.ଏ.ଆର ଦ୍ୱାରା ୩୫ଟି ଫସଲର ଏହି ନୁଆ କିସମକୁ ବିକଶିତ କରାଯାଇଛି। ଯାହା ଜଳବାୟୂ ପରିବର୍ତ୍ତନ ଏବଂ ପୃଷ୍ଟିହୀନତା ସହ ଲଢିବାର କ୍ଷମତା ରଖିଛି । ଏଥି ସହିତ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ରାୟପୁର ସ୍ଥିତ ନ୍ୟାସନଲ ଇନଷ୍ଟିଚ୍ୟୁଟ ଅଫ୍ ବାୟୋଟିକ ଷ୍ଟ୍ରେସ୍ ଟଲୋରାନ୍ସର ନୁତନ କ୍ୟାମ୍ପସକୁ ମଧ୍ୟ ଉଦଘାଟନ କରିବେ ବୋଲି ଜଣାପଡିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ କୃଷି ବିଶ୍ୱବିଦ୍ୟାଳୟକୁ ଗ୍ରୀନ୍ କ୍ୟାମ୍ପସ୍ ଘୋଷଣା କରିବା ସହିତ ଚାଷୀ ମାନଙ୍କ ସହିତ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।