Wednesday, October 14, 2026
Home ଆଞ୍ଚଳିକ ମଧୁର ଝୋଳ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବଣ୍ଟନ

ମଧୁର ଝୋଳ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବଣ୍ଟନ

57

କବିସୂର୍ଯ୍ୟନଗର (ଜିଲ୍ଲା ଖବର) : କବିସୂର୍ଯ୍ୟନଗର ବ୍ଳକ ଅନ୍ତର୍ଗତ କନିଆରି ପଞ୍ଚାୟତସ୍ଥିତ ମଧୁରଝୋଳ ପ୍ରାଥମିକ ବିଦ୍ୟାଳୟରେ ପୋଷକ ବିତରଣ ଉତ୍ସବରେ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ କବିସୂର୍ଯ୍ୟନଗର ଗୋଷ୍ଠୀଶିକ୍ଷା ଅଧିକାରୀ ଶ୍ରୀ ନିରଞ୍ଜନ ମିଶ୍ର, କ୍ଲଷ୍ଟର ସିଆରସିସି ଶ୍ରୀ କୃଷ୍ଣଚନ୍ଦ୍ର ସାହୁ, ସହକାରୀ ଶିକ୍ଷକ ଶ୍ରୀ ସହଦେବ ନାୟକ, ଶ୍ରୀ ସୁବ୍ରତ ରାଓ ଦୋରା ଏବଂ ଏସ୍ ଏମ୍ ସି ସଭାପତି ଶ୍ରୀ ଜଗବନ୍ଧୁ ନାହାକ ସମେତ ଅନ୍ୟାନ୍ୟ ସଭ୍ୟ ମାନେ ମଧ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ। ବିଦ୍ୟାଳୟରେ ୪୩ ଜଣ ବାଳକ ଏବଂ ୪୩ ଜଣ ବାଳିକାଙ୍କୁ ଦୁଇ ହଳ ପୋଷାକ ଏକହଳ ଜୋତା ସମେତ ଦୁଇହଳ ମୋଜା ବଣ୍ଟନ କରାଯାଇଥିଲା। ଫଳରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଆନନ୍ଦର ବାତାବରଣ ସୃଷ୍ଟି ହୋଇଥିଲା।

ରିପୋର୍ଟର ରତ୍ନାକର ସିଅ ।