କୋଟିଆର ଗାଁରେ ଆନ୍ଧ୍ର ପକ୍ଷରୁ ତେଲୁଗୁ ଭାଷାରେ ନାମଫଳକ

11

କୋରାପୁଟ,୨୮/୦୯/୨୧ (ଜିଲ୍ଲା ଖବର) : ପୁଣିଥରେ ଓଡିଶା ସୀମାନ୍ତରେ ଆନ୍ଧ୍ରର ଦାଦାଗିରି ଦେଖିବାକୁ ମିଳିଛି । କୋଟିଆର ବିଭିନ୍ନ ଗାଁରେ ଏବେ ଆନ୍ଧ୍ର ପକ୍ଷରୁ ତେଲୁଗୁ ଭାଷାରେ ନାମଫଳକ ଲଗାଇଛି । ଗୋଟିଏ ପଟେ କୋରାପୁଟ ଜିଲ୍ଲା ପ୍ରଶାସନ ବାତ୍ୟା ଗୁଲାବର ମୁକାବିଲାରେ ବ୍ୟସ୍ତ ରହିଥିବା ବେଳେ ପୁଣିଥରେ ଓଡିଶା ସୀମାରେ ନିଜ ଦାଦାଗିରି ଦେଖାଇଛି ଆନ୍ଧ୍ର ପ୍ରଶାସନ।

ଏହା ପୂର୍ବରୁ ଅଗଷ୍ଟ ୧୫ତାରିଖରେ ଆନ୍ଧ୍ର ସରକାର ଓଡିଶା ଫାଟୁ ସିନେରି ଗାଁରେ ଫଳକ ଲଗାଇବାକୁ ଉଦ୍ୟମ କରିଥିଲେ। ତେବେ ଓଡ଼ିଶାର ସୀମାନ୍ତ ବାସୀଙ୍କ ଗଣଆନ୍ଦୋଳନ ଯୋଗୁ ଆନ୍ଧ୍ର ସରକାର ଏଥିରେ ବିଫଳ ହୋଇଥିଲେ। ବର୍ତ୍ତମାନ ଦେଢ ମାସ ପରେ ପୁଣିଥରେ କେବଳ ଫାଟୁସିନେରି ଗାଁ ନୁହେଁ ଫଗୁଣସିନେରୀ, ମାଡ଼କାର ଏବଂ ଡୋଲିଆମ୍ବା ଗାଁରେ ବି ତେଲୁଗୁ ଭାଷାରେ ନାମଫଳକ ଲାଗିଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ କୋଟିଆ ବିବାଦ ପୁଣିଥରେ ଉଗ୍ରରୂପ ଧାରଣ କରିଛି।