
୨୮/୦୯/୨୧ (ଜିଲ୍ଲା ଖବର) : ବାତ୍ୟା ଗୁଲାବ ଦୁର୍ବଳ ହୋଇ ଲଘୁଚାପର ରୂପ ନେବା ସହିତ ପଶ୍ଚିମ ଭାରତ ମୁହାଁ ହୋଇଥିବା ବେଳେ ଏବେ ବଙ୍ଗୋପ ସାଗରରେ ଆଉ ୨ଟି ଲଘୁଚାପ ସୃଷ୍ଟି ହେବା ନେଇ ପାଣିଗାଗ ବିଭାଗ ପୂର୍ବାନୁମାନ କରିଛି । ଆକଳନ ଅନୁଯାୟୀ ସେପ୍ଟେମ୍ବର ୨୯ରେ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଥିବା ବେଳେ ଅକ୍ଟୋବର ୯ରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।
ଫଳରେ ଆଗାମୀ ୨ସପ୍ତାହ ପର୍ଯ୍ୟନ୍ତ ଓଡିଶାରେ ବର୍ଷା ଜାରି ରହିବ ବୋଲି ଜଣାପଡିଛି । ୨୯ ତାରିଖରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ଅକ୍ଟୋବର ୧ରୁ ୩ତାରିଖ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବା ସହିତ ଅନ୍ୟ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ପୂର୍ବ-କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଅକ୍ଟୋବର ୯ରେ ଅନ୍ୟ ଲଘୁଚାପ ସୃଷ୍ଟି ହେବାକୁ ଥିବା ବେଳେ ରାଜ୍ୟରେ ଏହା ପ୍ରଭାବରେ ଭଲ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।


