Sunday, November 15, 2026
Home ଆଞ୍ଚଳିକ ପୁଅକୁ ମାସେ ପୂରିବା ଖୁସିରେ କେକ୍ କାଟିଲେ ନୁସରତ୍

ପୁଅକୁ ମାସେ ପୂରିବା ଖୁସିରେ କେକ୍ କାଟିଲେ ନୁସରତ୍

11

ନୂଆଦିଲ୍ଲୀ, ୨୮/୦୯/୨୧ (ଜିଲ୍ଲା ଖବର) : ଅଭିନେତ୍ରୀ ତଥା ଟିଏମସି ସାଂସଦ ନୁସରତ ଜହାଁ ନିକଟରେ ଏକ ପୁତ୍ର ସନ୍ତାନର ମା’ ହୋଇଛନ୍ତି । ତେବେ ପୁଅକୁ ମାସେ ପୁରିବା ଖୁସିରେ ସେ  କେକ୍ କାଟି ସେଲିବ୍ରେସନ ମଧ୍ୟ କରିଛନ୍ତି । ଇନଷ୍ଟାଗ୍ରାମରେ ସେ ଏହାର ଫଟୋ ମଧ୍ୟ ସେୟାର କରିଛନ୍ତି ।  

ପ୍ରକାଶ ଥାଉକି, ୨୬ ଅଗଷ୍ଟରେ ନୁସରତ ପୁଅ ଇସାନକୁ ଜନ୍ମ ଦେଇଥିଲେ। ନିକଟରେ ଇସାନକୁ ମାସେ ପୂରିଛି। ଏହାକୁ ସେଲିବ୍ରସନ କରିବାକୁ ଯାଇ ନୁସରତ ଘରେ କେକ୍‌ କାଟି ଖୁସି ମନାଇଛନ୍ତି। ଇନ୍‌ଷ୍ଟାଗ୍ରାମରେ ନୁସରତ ନିଜ ଖୁସିକୁ ଜାହିର କରିଛନ୍ତି। ଏଥିସହ କେକ୍‌ର ଫଟୋ ମଧ୍ୟ ସେୟାର କରିଛନ୍ତି। କାଟିଥିବା କେକ୍‌ରେ ‘ହ୍ୟାପି ୱାନ୍‌ ମନ୍ଥ’ ଲେଖା ହୋଇଥିବା ଦେଖିବାକୁ ମିଳୁଛି ।