
ଜଟଣୀ,୨୭/୯ (ଜିଲ୍ଲା ଖବର):ଖୋର୍ଦ୍ଧା ଜ଼ିଲ୍ଲା ଜଟଣୀ ବ୍ଲକରେ CITU ତରଫରୁ ଗଣ ପତିବାଦ କରାଯାଇଛି l ସାରା ଦେଶ କେନ୍ଦ୍ର ସରକାରଙ୍କ କଳା କୃଷକ ଆଇନ୍ ବିରୁଦ୍ଧ ରେ ସକାଳ 6 ଟା ଠାରୁ ଅପରାହ୍ନ 4ଟା ପର୍ଯ୍ୟନ୍ତ 10 ଘଣ୍ଟିଆ ବନ୍ଦ୍ ଡାକରା ଦେଇଛି | ଜଟଣୀ ର ସ୍ଥାନେ ସ୍ଥାନେ ପୋଲିସ ରହିଥିବା ବେଳେ ବିଭିନ୍ନ ଯାନ ବାହାନ ଅଟକି ରହିଥିବା ଦେଖିବାକୁ ମିଳିଛି |ଏଥିରେ ବରିଷ୍ଠ କର୍ମକର୍ତା ନିରଞ୍ଜନ ବେହେରା,ହାଡିବନ୍ଧୁ ବେହେରା, ଜମ୍ବେଶ୍ୱର ସ୍ୱାଇଁ,ଗଣେଶ ବେହେରା, ଶିବ ପାତ୍ର ପ୍ରମୁଖ ଯୋଗଦେଇ 20ରୁ ଉର୍ଦ୍ଧ୍ଵ କର୍ମୀଙ୍କୁ ନେଇ ଜଟଣୀ ବଜାର ପରିକ୍ରମା ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରତିବାଦ କରିଥିଲେ |
ରୀପୋର୍ଟ :-ଖୋର୍ଦ୍ଧା ଜିଲ୍ଲା ସଞ୍ଜୀବ କୁମାର





