Sunday, November 15, 2026
Home ଆଞ୍ଚଳିକ ସାରାରାତି ବୁଲି ଲୋକକଥା ବୁଝିଲେ ଯୁବନେତା

ସାରାରାତି ବୁଲି ଲୋକକଥା ବୁଝିଲେ ଯୁବନେତା

17

୨୭/୯(ଜିଲ୍ଲା ଖବର):ବିଧାୟିକା ମଞ୍ଜୁଳା ସ୍ୱାଇଁଙ୍କ ନିର୍ଦ୍ଦେଶ କ୍ରମେ ବାତ୍ୟା ପରବର୍ତ୍ତୀ ସାମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଆସିକା ଯୁବ ବିଜେଡି ନେତା ତଥା ବିଜେଡି ଗଞ୍ଜାମ ଜୋନ ସଭାପତି ନଚିକେତା ସ୍ୱାଇଁ ଏକ ଟିମ ଗଠନ କରି ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତି ସମୀକ୍ଷା କରିଥିଲେ। ଯୁବନେତା ନଚିକେତା ସ୍ୱାଇଁଙ୍କ ନେତୃତ୍ୱରେ ରାତି ୮.୩୦ରୁ ଆସିକା ବିଜୁ ଜନତା ଦଳ କାର୍ଯାଳୟରୁ ଏହି ଯୁବ ଟିମ ବାହାରି ବ୍ଲକର ବିଭିନ୍ନ ପଞ୍ଚାୟତ ବୁଲି ଲୋକ ମାନଙ୍କୁ ଆଶ୍ୱାସନା ଦେବା ସହିତ ସ୍ଥିତି ସମୀକ୍ଷା କରିଥିଲେ । ଉଭୟ ଋଷିକୂଲ୍ୟା ଓ ବଡନଦୀର ଜଳସ୍ତର ଉପରେ ନଜର ରଖିବା ସହ କଇଁଫୁଲିଆ ନାଳ,ଟିପିସର ନାଳର ସ୍ଥିତି ଉପରେ ମଧ୍ୟ ଦୃଷ୍ଟି ରଖିଥିଲେ । ବାତ୍ୟା ପରବର୍ତ୍ତୀ ଲଗାଣ ବର୍ଷା ଯୋଗୁଁ ଜଳସ୍ତର ଉପରେ ଥିବାବେଳେ ବନ୍ୟା ଆଶଙ୍କାକୁ ଏଡ଼େଇ ଦିଆଯାଇନପାରେ । ସେଥିପାଇଁ ଆସିକା ଅଞ୍ଚଳର ଲୋକ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ ଏହି ଟିମ। ଆସିକା ପ୍ରଶାସନ ପକ୍ଷରୁ ସାମ୍ଭାବ୍ୟ ବାତ୍ୟାକୁ ଆଖିରେ ରଖି ଉଚିତ ପଦକ୍ଷେପ ନେଇଥିବା ବେଳେ ଯୁବନେତା ନଚିକେତା ସ୍ୱାଇଁ,ବରିଷ୍ଠ ନେତା ଭଗବାନ ସାହୁ,ଯୁବ ବିଜେଡି ବ୍ଲକ ସଭାପତି ଶିବ ନାହାକ ସମସ୍ତ ସ୍ଥାନକୁ ବିଳମ୍ବିତ ରାତି ଯାଏଁ ବୁଲିବୁଲି ସୁବିଧା ଅସୁବିଧା ବୁଝିଛନ୍ତି ।ପ୍ରଶାସନ ପକ୍ଷରୁ ଖଣ୍ଡଦେଉଳି ପଞ୍ଚାୟତର ଗଉଡ଼ଗୋଠ ଗାଁର ୧୩ ଅସହାୟ ପରିବାର ଏବଂ ବାଙ୍ଗରଡା ପଞ୍ଚାୟତର ୧୭ ପରିବାରକୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରାଯାଇଥିଲା । ସେମାନଙ୍କ ପାଖକୁ ଏହି ଟିମ ପହଞ୍ଚି ଶୁଖିଲା ଖାଦ୍ୟ, ମହମବତୀ,ମାଚିସ ସହ ପାଲ ବଣ୍ଟନ କରିଥିଲେ । ଆଗାମୀ ଭବିଷ୍ୟତରେ ସେମାନଙ୍କ ପାଖରେ ଥିବା ସମସ୍ୟା ଦୂର କରାଯିବ ବୋଲି କହିଛନ୍ତି ବିଜେଡି ଗଞ୍ଜାମ ଜୋନ ସଭାପତି ନଚିକେତା ସ୍ୱାଇଁ । ଏହି ସ୍ଥିତି ସମୀକ୍ଷା ସମୟରେ ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ବି. ମନୋଜ କୁମାର ଦୋରା,ନଗର ଯୁବ ସଭାପତି ଜିତେନ୍ଦ୍ର ମହାରଣା,ପ୍ରତାପ ଚନ୍ଦ୍ର ପ୍ରଧାନ,ଆର. ଅଙ୍କିତ ରାଓ, ରାଜେଶ ଜେନା,ମାନସ ଗୌଡ଼, ନରେନ୍ଦ୍ର ନାହାକ,ବ୍ଲକ୍ ଛାତ୍ର ସଭାପତି ବିମଳ ପ୍ରଧାନ,ନଗର ଛାତ୍ର ସଭାପତି ନିଗମାନନ୍ଦ ରାଉତ,ଯୁବ ଡିଜିଟାଲ ସମ୍ପାଦକ ପ୍ରମୋଦ ପ୍ରଧାନ,ଛାତ୍ର ଡିଜିଟାଲ ସମ୍ପାଦକ ସାଇରାଜ ଦଳାଇ,ମନୋଜ କୁମାର ମେକାପ, ଜିଲ୍ଲା ଛାତ୍ର ସାଧାରଣ ସମ୍ପାଦକ ଶଙ୍କର ପାଳ,ଦେବାଶିଷ ପଣ୍ଡା, ଫିରୋଜ ଖାନ,କେ.ରବୀନ କୁମାର ପାତ୍ର,ଅମର ଆଚାରୀ,କେଶବ ସାହୁ, ସଂଗ୍ରାମ କେଶରୀ ଜେନା,ପ୍ରଦୀପ ମୁନି,ଶିବ ରଞ୍ଜନ ବେହେରା,ପି. ରାଜା ରାଓ,କେଶବ ପ୍ରଧାନ, ମନୋଜ ଗୌଡ଼,ଶିବ ରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।