
କଟକ,୨୭/୯(ଜିଲ୍ଲା ଖବର):ସାରା ଭାରତରେ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ବିରୁଦ୍ଧରେ ଅଖିଳ ଭାରତୀୟ କୃଷକ ମଜଦୂର ସଙ୍ଘ , ASKMM , AISF , ଓ ନିୟମଗିରି ସୁରକ୍ଷା ମଞ୍ଚ ତରଫରୁ ମୁନିଗୁଡା ରେ ରାସ୍ତା ଅବରୋଧ କରି ଭାରତ ବନ୍ଦ କୁ ସଫଳ କରିଥିବା ଦେଖାଦେଇଛି । ଫଳରେ ଭାବନିପାଟଣା ଓ ରାୟଗଡା ମୁଖ୍ୟ ରାସ୍ତା ର ଦୁଇ ପାଖରେ ଶହ ଶହ ଟ୍ରକ ଲମ୍ବା ଲାଇନ ଦେଖିବାକୁ ମିଳିଛି , ଦୋକାନ ବଜାର ବନ୍ଦ ସାଙ୍ଗକୁ ବସ ଗୁଡିକ ଷ୍ଟାଣ୍ଡ ରେ ଅଟକି ରହିଛି ।ସରକାର ଙ୍କ ତିନି କଳା କୃଷି ଆଇନ ବାତିଲ , ଚାରୋଟି ଯାକ ଶ୍ରମ କୋଡ଼ ବାତିଲ , ଜାତୀୟ ଶିକ୍ଷା ନୀତି ବାତିଲ , ରାଷ୍ଟ୍ରାୟତ ଉଦ୍ୟୋଗ ଓ ରାଷ୍ଟ୍ରୀୟ ସମ୍ଭଳ ବିକ୍ରି ବିରୁଦ୍ଧରେ ଓ ସମସ୍ତ ଚିଟ ଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ ଙ୍କୁ ତହସିଲ ଜରିଆରେ ଚିହ୍ନଟ କରି ଜମା ଟଙ୍କା ଫେରସ୍ତ ପାଇଁ ବିରାଟ ପଟୁଆର କରି ରାସ୍ତା ରୋକ କାରାଯାଇଛି । ଉଭୟ ବହୁଜନ ସମାଜ ପାର୍ଟି ଓ କଂଗ୍ରେସ ର ଅନେକ ସଦସ୍ୟ ଏଇ ବନ୍ଦ କୁ ସଫଳ କରିଥିବା ଜଣାପଡିଛି । ଅନ୍ୟପଟେ ନିୟମଗିରି ସୁରକ୍ଷା ମଞ୍ଚ ତରଫରୁ ଦଧି ସିକକା ଙ୍କ ଡାକାରା ରେ ଡଙ୍ଗରିଆ ମହିଳା ଓ ପୁରୁଷ ମାନେ ଫ୍ଲାଗ କାର୍ଡ ଧରି ମୁନିଖୋଲ ରୁ ଗୁଣ୍ଡିଚା ନଗର ଯାଏ ବିଭିନ୍ନ ନାରାବାଜି ସହିତ ଏକ ରାଲି ପ୍ରଦର୍ଶନ କରି
କେନ୍ଦ୍ର ସରକାର ଙ୍କୁ ଭର୍ଚନା କରି
କୌଣସି ସ୍ଥିତି ରେ ନିୟମଗିରି କୁ ବେଦାନ୍ତ କମ୍ପାନୀ ହାତରେ ଟେକି ନ ଦେବାକୁ ଜଣାଇଛନ୍ତି ।
ନିୟମ ଗିରି ପର୍ବତମାଳା ରୁ ଖଣି ଖନନ ପାଇଁ ଅନେକ ଥର ବେଦାନ୍ତ କମ୍ପାନୀ ଚେଷ୍ଟା କରି ବିଫଳ ହେବାପରେ , ଅନେକ କୂଟନୀତି ପ୍ରୟୋଗ କରି ଚାଲିଥିବାରୁ , ମରିବା ପର୍ଯ୍ୟନ୍ତ
ଏଇ ଆନ୍ଦୋଳନ ଜାରି ରହିବ ବୋଲି ସୁରକ୍ଷା ମଞ୍ଚ ର ଆବାହକ ଜଣେଇଛନ୍ତି ।
ହେଲେ କେନ୍ଦ୍ର ସରକାର ଉଦ୍ୟୋଗପତି ମାନକୁ ଦରଦ ଦେଖାଇ ଅନେକ ସଂସ୍ଥା କୁ ପ୍ରାଇଭେଟ ଟେକିଦେଉଥିବା ବେଳେ ସାଧାରଣ ଲୋକେ ବହୁ ଅସୁବିଧା ଭୋଗୁଥିବା ଦେଖିବାକୁ ମିଳୁଛି । ଆଜିର ଏଇ ବନ୍ଦ ପାଳନ ରେ ପ୍ରଥମ ଥର ମୁନିଗୁଡା ରେ କିଛି ଦଳିତ ଯୁବତୀ ଅଂଶ ଗ୍ରହଣ କରିଛନ୍ତି ।
ରିପୋର୍ଟ: ପ୍ରସନ ପଣ୍ଡା


