Sunday, October 11, 2026
Home Uncategorized ସଂଯୁକ୍ତ କୃଷକ ମୋର୍ଚା ପକ୍ଷରୁ ଭାରତ ବନ୍ଧ

ସଂଯୁକ୍ତ କୃଷକ ମୋର୍ଚା ପକ୍ଷରୁ ଭାରତ ବନ୍ଧ

16

ଫୁଲବାଣୀ,୨୭/୯(ଜିଲ୍ଲା ଖବର):ଆଜି ନବନିର୍ମାଣ କୃଷକ ସଂଗଠନ ଓ ଜିଲାକଂଗ୍ରେସ ପକ୍ଷରୁ ଭାରତ ବନ୍ଦ କୁ ସମର୍ଥନ କରି କନ୍ଧମାଳ ଜିଲ୍ଲାକୁ ବନ୍ଦ କରାଯାଇଛି। ସକାଳୁ ସକାଳୁ ନବ ନିର୍ମାଣ କୃଷକ ମୋର୍ଚାର ସଦସ୍ୟ ଏବଂ ଜିଲା କଂଗ୍ରେସ ର କର୍ମକର୍ତା ମାନେ ବାଇକ ରେ ରାଲି ଓ ରାସ୍ତା ରକ୍ କରି ବନ୍ଦ କରିବାର ଦେଖିବାକୁ ମିଳିଛି। ଦୋକାନ ବଜାର ଗାଡି ମୋଟର ସମ୍ପୂର୍ଣ ଭାବେ ବନ୍ଦ ରହିଥିବା ର ଦେଖିବାକୁ ମିଳିଛି। ନବନିର୍ମାଣ କୃଷକ ସଂଘର ଆବାହକ ଚାଣକ୍ୟ କଂହର ଙ୍କ ନେତୃତ୍ୟରେ ଶତାଧିକ ପୁରୁଷ ଓ ମହିଳା ଚାଷୀ ମାଦିକୁନ୍ଦl ଛକରେ ଏକତ୍ରିତ ହୋଇ ସହର ପରିକ୍ରମା କରି କେନ୍ଦ୍ର ସରକାରଙ୍କ ଚାଷୀ ମାରଣା 3 କଳା ଆଇନ ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ। ସେହିପରି ଯୁବ କଂଗ୍ରେସ ସଭାପତି ବସନ୍ତ ପାଢ଼ୀ ଙ୍କ ନେତୃତ୍ୟରେ ଶତାଧିକ କଂଗ୍ରେସ କର୍ମୀ ଏହି ବନ୍ଦ ଡାକରା ରେ ସାମିଲ ହୋଇ ଫୁଲବାଣୀ ରେ ଭାରତ ବନ୍ଦ କୁ ସଫଳ କରାଇ ଥିଲେ ଥିଲେ |
ଫୁଲବାଣୀ ରୁ ଗୌର ପ୍ରସାଦ ଙ୍କ ସହ ପ୍ରତାପ ଦିଗାଲ ଙ୍କ ରିପୋର୍ଟ୍ ଜିଲ୍ଲା ଖବର