Tuesday, October 13, 2026
Home ଆଞ୍ଚଳିକ ବାଲିଗୁଡ଼ା କଂଗ୍ରେସ କମିଟି ତରଫରୁ ବନ୍ଦ୍ ଡାକରା

ବାଲିଗୁଡ଼ା କଂଗ୍ରେସ କମିଟି ତରଫରୁ ବନ୍ଦ୍ ଡାକରା

8

ବାଲିଗୁଡା,27/09-(ଜ଼ିଲ୍ଲା ଖବର ):ସାରା ଦେଶ କେନ୍ଦ୍ର ସରକାରଙ୍କ କଳା କୃଷକ ଆଇନ୍ ବିରୁଦ୍ଧ ରେ ସକାଳ 6 ଟା ଠାରୁ ଅପରାହ୍ନ 4ଟା ପର୍ଯ୍ୟନ୍ତ 10 ଘଣ୍ଟିଆ ବନ୍ଦ୍ ଡାକରା ଦେଇଛି ବାଲିଗୁଡା କଂଗ୍ରେସ କମିଟି | ଏହି ବନ୍ଦ୍ ଡାକରା ରେ କଂଗ୍ରେସ କର୍ମୀ ବାଲିଗୁଡା ର 59 ଜାତୀୟ ରାଜପଥ ଅବରୋଧ କରି ଥିବା ବେଳେ PWD ଛକ ଠାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବାଲିଗୁଡ଼ା ର ବିଭିନ୍ନ ଛକ ସ୍ଥାନରେ ରାସ୍ତା ଅବରୋଧ କରି ସମ୍ପୂର୍ଣ ଗାଡ଼ି ଚଳାଚଳ ବନ୍ଦ ରହିବା ସହ ସମସ୍ତ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି । ବାଲିଗୁଡ଼ା ନଗର ସଭାପତି ସପ୍ନେଶ୍ୱର୍ ସାହୁ ଓ ବାଲିଗୁଡ଼ା ବ୍ଲକ ସଭାପତି ଆଇବର ନାୟକ ଙ୍କ ଉପସ୍ଥିତିରେ ବହୁ କଂଗ୍ରେସ କର୍ମୀ ଯୋଗ ଦେଇ ଥିଲେ।ବାଲିଗୁଡା ର ସ୍ଥାନେ ସ୍ଥାନେ ପୋଲିସ ରହିଥିବା ବେଳେ ବିଭିନ୍ନ ଯାନ ବାହାନ ଅଟକି ରହିଥିବା ଦେଖିବାକୁ ମିଳିଛି |
ରିପୋର୍ଟ : ସୁକାନ୍ତ କୁମାର ତ୍ରିପାଠୀ