Thursday, November 12, 2026
Home ଆଞ୍ଚଳିକ ମୋତି ଡ୍ରେସରେ ଝଲସିଲେ ନୋରା

ମୋତି ଡ୍ରେସରେ ଝଲସିଲେ ନୋରା

20

ମୁମ୍ବାଇ, ୨୭/୦୯/୨୧ (ଜିଲ୍ଲା ଖବର) : ଖୁବ୍ କମ୍ ଦିନରେ ବଲିଉଡ ଇଣ୍ଡଷ୍ଟ୍ରିରେ ନିଜର ଜଲଓ୍ବା ଦେଖାଇଛନ୍ତି ନୋରା ଫତେହି । ସେ ତାଙ୍କ ଡାନ୍ସ ଏବଂ ଅନ୍ଦାଜରେ ସମସ୍ତଙ୍କୁ ଦିଓ୍ବାନା କରନ୍ତି । ତାଙ୍କର ଟିକିଏ ଝଲକ ଦେଖିବା ପାଇଁ ଫ୍ୟାନ୍ସ ମଧ୍ୟ ଅପେକ୍ଷା କରି ରହିଥାନ୍ତି । ନୋରା ମଧ୍ୟ ଫ୍ୟାନ୍ସଙ୍କ ହୃଦୟ ଜିତିବାରେ କୌଣସି ସୁଯୋଗ ହାତଛଡା କରନ୍ତି ନାହିଁ । ସବୁବେଳେ ନିଜ ଗ୍ଲାମରସ ଫଟୋ  ଏବଂ ଭିଡିଓ ସେୟାର କରନ୍ତି ସେ । ଠିକ୍ ସେମିତି ନିକଟରେ ନୋରାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସେ ଏକଦମ୍ ଭିନ୍ନ ଲୁକରେ ନଜର ଆସୁଛନ୍ତି । କେଉଁ ପରୀଠାରୁ କିଛି କମ୍ ଲାଗୁ ନାହାଁନ୍ତି ସେ ।

ଭୂମ୍ପଲା ଅଫିସିଆଲ ଇନଷ୍ଟାଗ୍ରାମ ପେଜରେ ଏହି ଭିଡିଓ ସେୟାର କରାଯାଇଛି । ଏଥିରେ ତାଙ୍କ ଠାରୁ  ଅଧିକ ତାଙ୍କର ଲୁକ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଏଥିରେ ସେ ଏକ ମୋତିରେ ନିର୍ମିତ ୟୁନିକ ଡ୍ରେସରେ ନଜର ଆସୁଛନ୍ତି । ଏହା ସହିତ ସେ ମୁଣ୍ଡରେ ଏକ ତାଜ୍ ମଧ୍ୟ ପିନ୍ଧିଛନ୍ତି ।

ଅବୁ ଜାନି ଏବଂ ସନ୍ଦିପ୍ ଖୋସଲାଙ୍କ ଏହି ଡ୍ରେସରେ ନୋରା ଖୁବ୍ ସୁନ୍ଦର ଦେଖା ଯାଉଛନ୍ତି । ତାଙ୍କର ଏହି ଅନ୍ଦାଜକୁ ଫ୍ୟାନ୍ସ ବେଶ ପସନ୍ଦ କରିବା ସହିତ, ପ୍ରଶଂସା ମଧ୍ୟ କରୁଛନ୍ତି ।