Sunday, November 15, 2026
Home ଆଞ୍ଚଳିକ ଅଧିକ କ୍ଷୟକ୍ଷତି କରିନି ବାତ୍ୟା ଗୁଲାବ- SRC

ଅଧିକ କ୍ଷୟକ୍ଷତି କରିନି ବାତ୍ୟା ଗୁଲାବ- SRC

20

ଭୁବନେଶ୍ୱର,୨୭/୦୯/୨୧ (ଜିଲ୍ଲା ଖବର) :  ଗୁଲାବକୁ ନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପତିକ୍ରିୟା । ବାତ୍ୟାର କେନ୍ଦ୍ର ବିନ୍ଦୁ ଏବେ ମାଲକାନଗିରି ଜିଲ୍ଲାରେ ରହିଛି  । 2 ରୁ 3 ଘଣ୍ଟା ଭିତରେ ଏହା ସମ୍ପୂର୍ଣ୍ଣ ଭାବେ ଓଡିଶା ଅତିକ୍ରମ କରିଯିବ । ତେବେ ଗୁଲାବ ପାଇଁ ପବନର ବେଗ ସେମିତି କେଉଁଠି ଅଧିକ ହୋଇ ନାହିଁ ।

ଗଜପତି ଓ କୋରାପୁଟରେ କେବଳ ଦୁଇ- ତିନୋଟି ସ୍ଥାନରେ ମାଟି ଅତଡ଼ା ଖସିଛି ।  21 ଟି  ବ୍ଲକରେ 50 ପ୍ରତିଶତରୁ ଅଧିକ ବର୍ଷା ହୋଇଛି । କୋରାପୁଟର ପଟାଙ୍ଗୀରେ 148 ମିଲି ମିଟର, ମାଲକାନଗିରେ 107 ମିଲି ମିଟର ବର୍ଷା ହୋଇଛି । ବର୍ଷା ପ୍ରଭାବରେ କୋରାପୁଟର ଶୁଙ୍କି ଘାଟିରେ ଭୁସ୍କଳନ ଯୋଗୁଁ ରାସ୍ତା ଅବରୋଧ ହୋଇଛି ।

ବାତ୍ୟା ପାଇଁ 46 ହଜାର 75 ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା ।  ଏସଡ଼ିଆରଏଫ ନିୟମ ଆଧାରରେ ସମସ୍ତ ଜିଲ୍ଲାପାଳ ମାନଙ୍କୁ 5 ଦିନ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ କୁହାଯାଇଛି । ସେପଟେ ଗଜପତିରେ ବାତ୍ୟା ପରେ ଭୁସ୍ଖଳନ ହୋଇଛି । ଅଜୟଗଡ଼ର 15 ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ଦକ୍ଷିଣ ଓଡ଼ିଶାରେ ଏବେବି ବର୍ଷୁଛି ।