ହାଜତ ମୃତ୍ୟୁ ଘଟଣା, ଅଭିଯୁକ୍ତ ପୋଲିସ କର୍ମଚାରୀଙ୍କୁ ଗିରଫ ଦାବିରେ ଧାରଣା ଦେଲା ବିଜେପି

4

ବରଗଡ,୨୭/୦୯/୨୧ (ଜିଲ୍ଲା ଖବର) :  ବରଗଡ଼ ଟାଉନ ଥାନା ହାଜତ ମୃତ୍ୟୁ ଘଟଣାର ପ୍ରତିବାଦରେ ବିଜେପିର ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ । ଅଭିଯୁକ୍ତ ପୋଲିସ କର୍ମଚାରୀଙ୍କୁ ତୁରନ୍ତ ଗିରଫ, ମୃତକଙ୍କ ପରିବାରକୁ ଆର୍ଥିକ କ୍ଷତିପୂରଣ, ମୃତକଙ୍କ ସ୍ତ୍ରୀଙ୍କୁ ସରକାରୀ ଚାକିରୀ ପ୍ରଦାନ, ମୃତ ଗୋବିନ୍ଦ କୁମ୍ଭାରଙ୍କ ଦୁଇ ସନ୍ତାନଙ୍କ ସମସ୍ତ ଶିକ୍ଷା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବ ଦାବିରେ ଧାରଣା ଦେଇଛି ବରଗଡ ବିଜେପି ।

ଏକ ଦଙ୍ଗା ମାମଲାରେ ବରଗଡ ଟାଉନ ପୋଲିସ ତୋରା ଗାଁର ଗୋବିନ୍ଦ କୁମ୍ଭାରଙ୍କୁ ଘରୁ ଉଠାଇ ନେଇଥିଲା । ହାଜତରେ ଗୋବିନ୍ଦଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡୁଥିବା କହି ପୋଲିସ ପ୍ରଥମେ ଟାଉନ୍ ହସ୍ପିଟାଲ ଏବଂ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏହାପରେ ଖେଦାପାଳିରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖାଦେଇଥିଲା ଉତ୍ତେଜନା । ଶବ ରଖି ରାସ୍ତା ଅବରୋଧବେଳେ ପୋଲିସ ଲାଠିଚାର୍ଜ କରିଥିଲା । ମୃତକଙ୍କ ପରିବାରର ଅଭିଯୋଗ, ହାଜତ ଭିତରେ ମାଡ଼ ମାରିବାରୁ ଗୋବିନ୍ଦଙ୍କ ମୃତ୍ୟୁ ହୋଇଛି ।