
ନୂଆଦିଲ୍ଲୀ , ୨୭/୦୯/୨୧ (ଜିଲ୍ଲା ଖବର) : ଗତ କିଛି ଦିନ ଧରି ସୋସିଆଲ ମିଡିଆରୁ ଟିକେ ଦୂରେଇ ରହିଥିବା ଶିଳ୍ପା ଶେଟ୍ଟୀ ପୁଣି ସୋସିଆଲ ମିଡିଆରେ ଆକ୍ଟିଭ୍ ଅଛନ୍ତି । ତାଙ୍କ ସ୍ବାମୀ ରାଜ୍ କୁନ୍ଦ୍ରାଙ୍କୁ ଜାମିନ ମିଳିବା ପରେ ଏବେ ବେଶ ଖୁସି ଅଛନ୍ତି ଶିଳ୍ପା । ନିକଟରେ ସୋସିଆଲ ମିଡିଆରେ ସେ ଏକ ଭିଡିଓ ସେୟାର କରିଛନ୍ତି , ଯାହା ଏବେ ବେଶ ଭାଇରାଲ ହେବାରେ ଲାଗିଛି । ଏଥିରେ ଶିଳ୍ପାଙ୍କ ଦୁଇ ଛୁଆ ଯୋଗ କରୁଥିବା ନଜର ଆସୁଛନ୍ତି ।
ତେବେ ଭାଇରାଲ ହେଉଥିବା ଭିଡିଓରେ,ଶିଳ୍ପା ଶେଟ୍ଟୀଙ୍କ ଚେହେରା ଦେଖା ଯାଉନି କିନ୍ତୁ, ସେ ତାଙ୍କର ଦୁଇ ପିଲାଙ୍କୁ ଯୋଗ ଶିଖାଉଥିବାର କଥା ଶୁଣା ଯାଉଛି । ସେଥିରେ ତାଙ୍କ ପୁଅ ଭିଆନ ଯୋଗ କରୁଥିବା ନଜର ଆସୁଛନ୍ତି । ଏହା ସହିତ ତାଙ୍କର କୁନି ଝିଅ ସମୀଷା ମଧ୍ୟ ତାଙ୍କର କୁନି ହାତ ଓ ପାଦରେ ଯୋଗ କରୁଛନ୍ତି । ଦୁଇ ଭାଇ,ଭଉଣୀଙ୍କର ଏହି ଅନ୍ଦାଜକୁ ବେଶ ପସନ୍ଦ କରୁଛନ୍ତି ଫ୍ୟାନ୍ସ ।
ଏହି ଭିଡିଓ ସେୟାର କରି ଶିଳ୍ପା ଲେଖିଛନ୍ତି ଯେ, ଛୁଆମାନେ ଭିଜା ମାଟି ପରି ହୁଅନ୍ତି । ତାଙ୍କୁ ସୁସ୍ଥ ଏବଂ ଭଲ ଜୀବନ ଯାପନ ପାଇଁ ତାଙ୍କ ଉପରେ ସେଭଳି ପ୍ରଭାବ ପଡିବା ଆବଶ୍ୟକ । ଏବେଠାରୁ ତାଙ୍କୁ ସନ୍ତୁଳିତ ଆହାରର ଆନନ୍ଦ ନେବାକୁ, ଫିଟ ରହିବାକୁ ଏବଂ ମନ ଓ ଆତ୍ମାକୁ ନିୟନ୍ତ୍ରଣ କରିବାକୁ ଅଭ୍ୟାସ କରାଇବା ଗୁରୁତ୍ବପୂର୍ଣ୍ଣ । ଠିକ୍ ଏହି ଅଭ୍ୟାସ ପୁଅ ଭିଆନ ଓ ଝିଅ ସମୀଷାକୁ ଶିଖାଉଥିବାରୁ ମୁଁ ଗର୍ବ ଅନୁଭବ କରେ ।


