
ନୂଆଦିଲ୍ଲୀ,୨୭/୦୯/୨୧ (ଜିଲ୍ଲା ଖବର) : ପଶ୍ଚିମବଙ୍ଗର ବହୁ ଚର୍ଚ୍ଚିତ ଭବାନୀପୁର ଆସନ ପାଇଁ ସେପ୍ଟେମ୍ବର 30 ରେ ହେବ ମତଦାନ । କିନ୍ତୁ ଆଜିଠାରୁ ଅର୍ଥାତ୍ ସୋମବାର ସନ୍ଧ୍ୟା ଠାରୁ ଏହି ଆସନ ପାଇଁ ଚାଲିଥିବା ନିର୍ବାଚନ ପ୍ରଚାର ବନ୍ଦ ହେବ। ଏଭଳି ପରିସ୍ଥିତିରେ ଉପ-ନିର୍ବାଚନ ପ୍ରସ୍ତୁତିରେ ଉଭୟ ଦଳ ସମ୍ପୂର୍ଣ୍ଣ ଶକ୍ତି ଲଗାଇ ଦେଇଛନ୍ତି। ଭାରତୀୟ ଜନତା ପାର୍ଟି ମମତା ବାନାର୍ଜୀଙ୍କୁ ହରାଇବା ପାଇଁ ନିଜର 80 ନେତାଙ୍କୁ ମଇଦାନକୁ ଓହ୍ଲାଇଛି। ଏହି ନେତାମାନେ ଆଜି ନିର୍ବାଚନ ପ୍ରଚାର କରିବେ।
ଭବାନୀପୁର ଆସନ ପାଇଁ ମମତା ବାନାର୍ଜୀଙ୍କୁ ଟକ୍କର ଦେଉଛନ୍ତି ବିଜେପିର ପ୍ରିୟଙ୍କା ତିବ୍ରୁୱାଲ। କୌଣସି ଉପାୟରେ ବିଜେପି ଏହି ଆସନ ଜିତିବାକୁ ଚେଷ୍ଟା କରୁଛି। ଏଭଳି ପରିସ୍ଥିତିରେ ବିଜେପି ନିଜର ଦଶ ନେତାଙ୍କୁ ସମସ୍ତ ୱାର୍ଡ ପରିଦର୍ଶନ କରିବାକୁ ନିର୍ଦ୍ଦେଶ ଦେଇଛି। ସୂଚନା ଅନୁଯାୟୀ, ପ୍ରଚାରର ପ୍ରଥମ ପର୍ଯ୍ୟାୟ ସକାଳ 8 ଟାରୁ 11 ଟା ପର୍ଯ୍ୟନ୍ତ ଚାଲିବ । ଏହା ପରେ ଦ୍ୱିତୀୟ ପର୍ଯ୍ୟାୟ ଅପରାହ୍ନ 2 ଟାରୁ 5 ଟା ପର୍ଯ୍ୟନ୍ତ ଚାଲିବା ପରେ ଶେଷ ହେବ। ଏଥିସହିତ ଏହି ଆସନ ପାଇଁ ଚାଲିଥିବା ନିର୍ବାଚନ ପ୍ରଚାର ମଧ୍ୟ ଶେଷ ହେବ।


