
ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ ଐଶର୍ଯ୍ୟା ରାୟ ନିଜର ପ୍ରତିଭା ବଳରେ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ସେ ନିଜର ଅଭିନୟ ଏବଂ ଡାନ୍ସ ମାଧ୍ୟମରେ ସବୁବେଳେ ଦର୍ଶକଙ୍କ ହୃଦୟ ଜିତନ୍ତି । ୨୦୧୭ରେ ବଲିଉଡରେ ସେ ତାଙ୍କର ୨୦ ବର୍ଷ ପୁରା କରିଥିଲେ । ଏହି ଅବସରରେ ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ରେଖା ,ଐଶର୍ଯ୍ୟାଙ୍କୁ ଏକ ଚିଠି ଲେଖିଥିଲେ । ଏଥିରେ ସେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହିତ, ତାଙ୍କ କ୍ୟାରିୟରର ସଫଳତାକୁ ନେଇ ବେଶ ପ୍ରଶଂସା କରିଥିଲେ ।
ପ୍ରକୃତରେ ଖୁବ୍ କମ୍ ଲୋକ ଜାଣନ୍ତି ଯେ, ରେଖା ଏବଂ ଐଶର୍ଯ୍ୟଙ୍କ ମଧ୍ୟରେ ଏକ ସ୍ବତନ୍ତ୍ର ସମ୍ପର୍କ ରହିଛି । ଦୁହେଁ ଦୁହିଁଙ୍କୁ ବହୁତ୍ ସମ୍ମାନ କରନ୍ତି , ଏବଂ ଐଶର୍ଯ୍ୟା ରେଖାଙ୍କୁ ମା’ କହି ଡାକନ୍ତି ।
ତେବେ ରେଖା ଦେଇଥିବା ଚିଠିରେ ଲେଖିଥିଲେ ଯେ, ‘ତୁମ ପରି ମହିଳା ସେହି ନଦୀ ପରି ଅଟନ୍ତି ଯିଏକି ସବୁବେଳେ ଆଗକୁ ବଢିବାକୁ ଚାହାଁନ୍ତି । ଏହା ସହିତ ସେ ଏକଥା ମଧ୍ୟ ଲେଖିଥିଲେ ଯେ,ହୁଏତ ଲୋକେ ଏକଥା ଭୂଲି ଯାଇ ପାରନ୍ତି କି, ତୁମେ କ’ଣ କହିଛ, ତୁମେ କ’ଣ କରିଛ କିନ୍ତୁ ଲୋକେ କେବେବି ଏକଥା ଭୂଲି ପାରିବେ ନାହିଁ ଯେ, ତୁମେ ଲୋକଙ୍କୁ କେମିତି ଅନୁଭବ କରାଇଛ। ତୁମେ ନିଜ ଭିତରେ ସମ୍ପୂର୍ଣ୍ଣ । ତୁମେ କାହାକୁ କିଛି ପ୍ରମାଣ କରିବା ଆବଶ୍ୟକ ନାହିଁ ।
ଆଗକୁ ସେ ଏକଥା ମଧ୍ୟ ଲେଖିଥିଲେ ଯେ, ବେବି ତୁମେ ବହୁତ୍ ଦୂର ଯାତ୍ରା କରିଛ । ଏହି ଯାତ୍ରାରେ ତୁମେ ଅନେକ ବାଧାବିଘ୍ନକୁ ପାର କରି ପୁଣି ଆଗକୁ ଯାଇଛ । ଆଜି ଯାଏଁ ତୁମେ ସବୁ ଚରିତ୍ରକୁ ବେଶ ଭଲ ଭାବେ ନିଭାଇଛ । ଏବଂ ଆରାଧ୍ୟାର ମା’ କ୍ୟାରେକ୍ଟର ମୋର ସବୁଠାରୁ ପସନ୍ଦ । ତୁମେ ସର୍ବଦା ଖୁସିରେ ରୁହ ମୁଁ ଏହି ପ୍ରାର୍ଥନା କରୁଛି । ଢେରସାରା ଭଲ ପାଇବା । ରେଖା ମା’ ।





