Thursday, November 12, 2026
Home ଆଞ୍ଚଳିକ ଓଡିଶାରେ କରୋନା ତୃତୀୟ ଲହର ପ୍ରଭାବ କମ ରହି-ବିଜୟ ମହାପାତ୍ର

ଓଡିଶାରେ କରୋନା ତୃତୀୟ ଲହର ପ୍ରଭାବ କମ ରହି-ବିଜୟ ମହାପାତ୍ର

10

୨୭/୦୯/୨୧ (ଜିଲ୍ଲା ଖବର) :  ଟ୍ରେଣ୍ଡ୍ କହୁଛି ଓଡ଼ିଶାରେ କମ୍ ପ୍ରଭାବୀ ରହିବ କୋରନାର ତୃତୀୟ ଲହର । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ବୟାନ ଆଣିଲା ସାମାନ୍ୟ ଆଶ୍ୱସ୍ତି । ସେ କହିଛନ୍ତି, ବର୍ତ୍ତମାନ ଯେଉଁ ରାଜ୍ୟରେ ସଂକ୍ରମଣ ବଢ଼ିଛି ତାହା ସେତେ ଅଧିକ ନୁହେଁ । ସେହି ଟ୍ରେଣ୍ଡକୁ ଦେଖିଲେ ଲାଗୁଛି ଓଡ଼ିଶା ଭଲ ସ୍ଥିତିରେ ରହିବ ।

ସେହିପରି ସେରୋ ସର୍ଭେ ରିପୋର୍ଟ ବହୁତ ଭଲ ଆସିଛି । ରିପୋର୍ଟ ଅନୁସାରେ ସମସ୍ତ ବର୍ଗର ଲୋକମାନଙ୍କ ଦେହରେ ଆଣ୍ଟିବଡ଼ି ଭଲ ରହିଛି । ହେଲ୍ଥକେୟାର ମାନଙ୍କ ନିକଟରେ 93 ପ୍ରତିଶତ, ସାଧାରଣ ଲୋକଙ୍କର 73 ପ୍ରତିଶତ, ଏବଂ ଯୁବବର୍ଗ, ବରିଷ୍ଠ ଓ ଶିଶୁଙ୍କ ଦେହରେ ମଧ୍ୟ ଆଣ୍ଟିବଡ଼ି ରହିଛି । ଭ୍ୟାକ୍ସିନ ନେଇଥିବା ଲୋକଙ୍କର ବି ଭଲ ଆଣ୍ଟିବଡ଼ି ରହୁଥିବା ସର୍ଭେ କହୁଛି ।

ଏହାଦ୍ୱାରା ସ୍ପଷ୍ଟ ହୋଇଛି, ସମସ୍ତଙ୍କ ଦେହରେ ଆଣ୍ଟିବଡ଼ି ବିକଶିତ ହୋଇଛି । ଭ୍ୟାକ୍ସିନେସନ ଡ୍ରାଇଭ କାମ କରୁଛି ଓ କୋଭିସିଲ୍ଡ ଏବଂ କୋଭାସ୍କିନ ଭିତରେ କିଛି ଫରକ ନଥିବା ରିପୋର୍ଟରୁ ଜଣାପଡ଼ିଛି । ଏହାସହ ଗ୍ରାମାଞ୍ଚଳରେ ବି ଭଲ ଅଣ୍ଟିବଡି ଡେଭଲପ୍ ହୋଇଛି । ଏବେ ସଂକ୍ରମଣର ସ୍ଥିତି ନିୟନ୍ତ୍ରଣ ଭିତରେ ରହିଛି । ତେବେ ବର୍ତ୍ତମାନ ମଧ୍ୟ ଆମେ ଖାମଖିଆଲି ମନୋଭାବ ରଖିବାଠୁ ଦୂରେଇ ରହିବାକୁ ପଡ଼ିବ।  ପାର୍ବଣ ଋତୁରେ  ସାମାଜିକ ଦୂରତା ଓ କଟକଣା ମାନିବାକୁ ହେବ । ତୃତୀୟ ଲହରର ଭୟାବହତା ଯେତେ ଆକଳନ କରାଯାଉଥିଲା ଏବେ ସେତିକି ପ୍ରଭାବ ଦେଖିବାକୁ ମିଳୁନି ଆଶା କରିବା ଆମେ ଭଲ ସ୍ଥିତିରେ ରହିବା ।