Tuesday, November 17, 2026
Home ଆଞ୍ଚଳିକ ସିରିଜ ଚୋରି ଘଟଣାର ପର୍ଦାଫାଶ, ପାଞ୍ଚ ଗିରଫ ସହ କୋର୍ଟ ଚାଲାଣ

ସିରିଜ ଚୋରି ଘଟଣାର ପର୍ଦାଫାଶ, ପାଞ୍ଚ ଗିରଫ ସହ କୋର୍ଟ ଚାଲାଣ

45

ଶେରଗଡ଼,୨୬/୯(ଜିଲ୍ଲା ଖବର): ସିରିଜ ଚୋରି ଘଟଣା ର ପର୍ଦାଫାଶ କଲା ଶେରଗଡ଼ ପୋଲିସ |ଗତ କିଛି ଦିନ ହେବ ଶେରଗଡ଼ ରେ ଘଟିଚାଲିଥିଲା ସିରିଜ ଚୋରି | କେତେବେଳେ ମୋବାଇଲ ଦୋକାନରୁ,, କେତେବେଳେ ଗ୍ରୋସରୀ ଗୋଦାମରୁ,, ଆଉ କେତେବେଳେ ବିଦ୍ୟାଳୟ ହତାଭିତରେ ପଶି ପାଣି ମୋଟର ପମ୍ପ, ସହ ନଗଦ ଟଙ୍କା ଏବଂ , ମନ୍ଦିର ହୁଣ୍ଡି ଭାଙ୍ଗି ଚୋରି କରିବା ଭଳି ଖୋଲା ଚାଲେଞ୍ଜ ଦେଇଥିଲେ ପୋଲିସକୁ |ଆଜି ଏହି ସିରିଜ ଚୋରି ଘଟଣା ର ପର୍ଦାଫାଶ କରି ପାଞ୍ଚ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ସେମାନଙ୍କ ଠାରୁ ନଗଦ ବାର ହଜାର ଟଙ୍କା,ଗୋଟିଏ ଟୁଲ ମୋଟର ପମ୍ପ, ନଅ ଟି ତେଲ ଡବା ଚୋରିରେ ବ୍ୟବହୃତ ପାସେଞ୍ଜର ଅଟୋ ଜବତ ହୋଇଛି ବୋଲି ସାମ୍ବାଦିକ ସମିଳନୀରେ କହିଛନ୍ତି ଆସିକା ଏସ ଡି ପି ଓ ଶ୍ରୀ ଉମା ଶଙ୍କର ସିଂ ଏବଂ ଶେରଗଡ଼ ଥାନା ଅଧିକାରିଣୀ ମମତା ସାମନ୍ତରାୟ |
ରିପୋର୍ଟ : ଅଖିଳ ପଟ୍ଟନାୟକ