
ନୂଆଦିଲ୍ଲୀ ,୨୭/୦୯/୨୧ (ଜିଲ୍ଲା ଖବର) : ଜଣାଶୁଣା ଟଲିଉଡ ନିର୍ମାତା RR Venkatଙ୍କ ଦେହାନ୍ତ । ୨୭ ସେପ୍ଟେମ୍ବର ମାନେ ଆଜି, ହାଇଦ୍ରାବାଦସ୍ଥିତ ଏଆଇଜି ହସ୍ପିଟାଲରେ କିଡନୀ ଫେଲ ହେବା କାରଣରୁ ତାଙ୍କର ପରଲୋକ ହୋଇଛି ।
ଦୀର୍ଘ ସମୟ ଧରି ସେ ନିର୍ମାତା ଭାବେ କାମ କରୁଥିଲେ । ତେବେ ତାଙ୍କ ଦେହାନ୍ତ ଖବର ପାଇବା ପରେ, ଚାରିଆଡେ ଶୋକର ଲହରୀ ଖେଳି ଯାଇଛି । ସୋସିଆଲ ମିଡିଆ ମାଧ୍ୟମରେ ଫ୍ୟାନ୍ସଙ୍କ ଠାରୁ ଆରମ୍ଭ କରି ଅନେକ କଳାକାର ଓ ତାଙ୍କର ଶୁଭଚିନ୍ତକ ମାନେ ଶ୍ରଦ୍ଧାଞ୍ଜଳୀ ଦେଉଛନ୍ତି ।


