Sunday, November 15, 2026
Home ଆଞ୍ଚଳିକ ଗତ ୨୪ ଘଣ୍ଟାରେ ୪୪୪ ପଜିଟିଭ୍ ଚିହ୍ନଟ

ଗତ ୨୪ ଘଣ୍ଟାରେ ୪୪୪ ପଜିଟିଭ୍ ଚିହ୍ନଟ

10

ଭୁବନେଶ୍ୱର, ୨୭/୦୯/୨୧ (ଜିଲ୍ଲା ଖବର) :  ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୪୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୫୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୧୮୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୫୯ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୭୦  ଆକ୍ରାନ୍ତ ଥିବାବେଳେ କଟକରୁ ୭୩, ମୟୁରଭଞ୍ଜରୁ ୩୭, ଯାଜପୁରରୁ ୨୨, ବାଲେଶ୍ବରରୁ ୧୬, ଜଗତସିଂହପୁରରୁ ୧୩ ଓ  ଷ୍ଟେଟ ପୁଲରୁ ୩୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ  ଏବେ ବି ୫ ହଜାର ୭୦୨  ସକ୍ରିୟ  ମାମଲା ରହିଛି ।