
ବ୍ରହ୍ମପୁର,୨୭/୦୯/୨୧ (ଜିଲ୍ଲା ଖବର) : ଯୁବତୀଙ୍କୁ ଅପହରଣ ମାମଲା । 7 ଦିନ ପରେ ମଧ୍ୟ ପୁଲିସର ହାତ ଖାଲି । ଦିବା ଆଲୋକରେ ଜଣେ ୨୨ ବର୍ଷୀୟ ଯୁବତୀକୁ ଅପହରଣ ହୋଇଥିବା ଅଭିଯୋଗ ହୋଇଥିଲା । ଘଟଣାର 7 ଦିନ ପରେ ମଧ୍ୟ କୌଣସି ପତ୍ତା ମିଳିନଥିବା ବେଳେ ଝିଅର ପରିସ୍ଥିତି କଥା ଚିନ୍ତା କରି ଲୁହ ଗଡାଉଛନ୍ତି ପରିବାର ସଦସ୍ୟ ।
ଝିଅକୁ ହରାଇ ଥାନାକୁ ଯାଇଥିବାବେଳେ ଅସଭ୍ୟ ଭାଷାରେ ପୁଲିସ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ଗଞ୍ଜାମ ଗାଙ୍ଗପୁର ଥାନା କ୍ଷତ୍ରୀ ବ୍ରହ୍ମପୁର ଗାଁରେ।
ବିଜୟ ରଥ ଓ ସୌଦାମିନୀ ରଥଙ୍କ ଏକମାତ୍ର ଝିଅ ଅଙ୍କିତା ରଥ । ଗତ ୨୦ ତାରିଖ ଦିନ ଅପରାହ୍ଣ ତିନିଟା ସମୟରେ କ୍ଷତ୍ରିୟ ବ୍ରହ୍ମପୁର ଛକଠାରେ ଥିବା ଏକ ଦୋକାନକୁ କିଛି ଜେରକ୍ସ ପାଇଁ ଯାଇ ଆଉ ଘରକୁ ଫେରି ନଥିଲେ । ପରେ ପରିବାର ଲୋକେ ନିକଟସ୍ଥ ଗାଙ୍ଗପୁର ଥାନାରେ ଜଣାଇଥିଲେ।



