Monday, November 16, 2026
Home ଆଞ୍ଚଳିକ ରାଜନୀତିରୁ ସନ୍ନ୍ୟାସ ନେଲେ ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ

ରାଜନୀତିରୁ ସନ୍ନ୍ୟାସ ନେଲେ ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ

14

କୋଲକାତା, ୨୭/୦୯/୨୧ (ଜିଲ୍ଲା ଖବର) : ରାଜନୀତିରୁ ସନ୍ନ୍ୟାସ ନେଲେ ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ। ଏନେଇ ପଶ୍ଚିମବଙ୍ଗରେ କଂଗ୍ରେସକୁ ପୁଣି ଏକ ଝଟକା ଲାଗିଛି । ଶର୍ମିଷ୍ଠା ମୁଖାର୍ଜୀ ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି । ଶର୍ମିଷ୍ଠା ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେଉଥିବା ନେଇ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି।

ଏହା ଘୋଷଣା କରିବା ବେଳେ ଶର୍ମିଷ୍ଠା କହିଛନ୍ତି ଯେ, ସେ ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେଉଥିଲେ ବି କଂଗ୍ରେସର ସାଧାରଣ ସଦସ୍ୟ ହୋଇ ରହିବେ ।

ଏଠି କହିରଖୁଛୁ ଯେ, ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ମୁଖାର୍ଜୀ କିଛିଦିନ ପୂର୍ବରୁ କଂଗ୍ରେସ  ଛାଡି ଟିଏମସିରେ ଯୋଗ ଦେଇଥିଲେ ।

ଉଲ୍ଲେଖଯୋଗ୍ୟ, ପ୍ରଣବ ମୁଖାର୍ଜୀ କଂଗ୍ରେସ ଦଳରେ ଜଣେ ବରିଷ୍ଠ ନେତା ଭାବେ ପ୍ରାୟ ୫ ଦଶନ୍ଧି ଧରି କାମ କରିଥିଲେ । ସେ କଂଗ୍ରେସ ସରକାର ସମୟରେ ବିଭିନ୍ନ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ ।