Home ଆଞ୍ଚଳିକ ହର୍ଷଲଙ୍କ ବୋଲିଂରେ ମୁମ୍ବାଇ ଘାଇଲା, ୫୪ ରନରେ ହାରିଲା ଦଳ

ହର୍ଷଲଙ୍କ ବୋଲିଂରେ ମୁମ୍ବାଇ ଘାଇଲା, ୫୪ ରନରେ ହାରିଲା ଦଳ

23

୨୭/୦୯/୨୧ (ଜିଲ୍ଲା ଖବର) : ମୁମ୍ବାଇକୁ ୫୪ ରନରେ ପରାସ୍ତ କରିଛି ଆରସିବି। ଏହା ଦ୍ଵାରା ଲଗାତାର ଦୁଇଟି ମ୍ୟାଚ୍ରେ ପରାଜୟ ପରେ ଆସସିବି ବିଜୟ ଟ୍ରାକକୁ ଫେରିଛି। ଦଳ ୧୦ଟି ମ୍ୟାଚ୍ରୁ ୬ଟିରେ ବିଜୟ ହୋଇ ୧୨ ପଏଣ୍ଟ ସହ ଟେବୁଲର ତୃତୀୟ ସ୍ଥାନରେ ଅଛି।

ଆରସିବି ପ୍ରଥମେ ବ୍ୟାଟିଂ କରି ବିରାଟ କୋହଲି ଓ ଓ ଗ୍ଲେନ ମ୍ୟାକ୍ସଓ୍ବେଲ ଅର୍ଦ୍ଧଶତକୀୟ ପାଳି ବଳରେ ୬ ଉଇକେଟ ହରାଇ ୧୬୫ ରନ୍‌ କରିଥିଲା। ଜବାବରେ ମୁମ୍ବାଇକୁ ଧୂଆଁଦାର ଆରମ୍ଭ ଦେଇଥିଲେ ରୋହିତ ଶର୍ମା ଓ କୁଇଣ୍ଟନ ଡି’କକ୍‌ ।

ତେବେ ହର୍ସଲ ପଟେଲ ଓ ଚହଲଙ୍କ ବୋଲିଂର ସାମ୍ନା କରି ପାରି ନଥିଲେ ମୁମ୍ଵାଇର ବ୍ୟାଟିଂ ଲାଇନ୍‌ ଅପ୍‌। ୧୮.୧ ଓଭରରେ ୧୧୧ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି ମୁମ୍ଵାଇ। ଶେଷରେ ହର୍ଶଲ ହ୍ୟାଟ୍ରିକ ଉଇକେଟ ନେଇ ଆରସିବିର ବିଜୟରେ ମୋହର ଲଗାଇଥିଲେ।