
ପିପିଲି,୨୭/୦୯/୨୧ (ଜିଲ୍ଲା ଖବର) : ପିପିଲି ସାତଶଂଖ ସ୍ଥିତ ବିଜେପି କାର୍ଯ୍ୟାଳୟ ଉପରକୁ ପେଟ୍ରୋଲ ବୋମା ମାଡ଼ ହୋଇଛି। ରାଜନୈତିକ ଉଷ୍ମତା ଭିତରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।
ପ୍ରଚାର ମୈଦାନ ସରଗରମ ଥିବା ବେଳେ ତିନି ପ୍ରମୁଖ ରାଜନୈତିକ ଦଳ ଦମ ଦେଖାଉଛନ୍ତି। ଏହାରି ଭିତରେ ବୋମାମାଡ ହୋଇଛି।
ତେବେ ବୋମାମାଡର କାରଣ ସ୍ପଷ୍ଟ ହୋଇନାହିଁ। ପୋଲିସ ଘଟନା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରହିଛି।



