
୨୭/୦୯/୨୧ (ଜିଲ୍ଲା ଖବର) : ନିର୍ମାଣଧିନ ନୂଆ ସଂସଦ ଭବନ ବୁଲି ଦେଖିଲେ ପ୍ରଧାନମନ୍ତ୍ରୀ। ରବିବାର ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ସଂସଦ ଭବନ ନିର୍ମାଣ କାର୍ଯ୍ୟ ବୁଲି ଦେଖିବା ସହିତ ଏହାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି।
ଏଥି ସହିତ ନିର୍ମାଣ କାର୍ଯ୍ୟ ସହ ସମ୍ପୃକ୍ତ ଅଧିକାରୀମାନଙ୍କ ସହିତ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିବା ଦେଖିବାକୁ ମିଳିଛି। ଏହି ନୂଆ ସଂସଦ ଭବନ ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପର ଏକ ଅଂଶ।
ଆସନ୍ତା ବର୍ଷ ଜୁନ ମାସ ଆଡକୁ ଏହି ନୁଆ ସଂସଦ ଭବନ ନିର୍ମାଣ ସମ୍ପୂର୍ଣ୍ଣ କରାଯିବା ନେଇ ଲକ୍ଷ ରଖାଯାଇଥିବା ବେଳେ ଜୋର ସୋରରେ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି।


