
ଭୁବନେଶ୍ୱର, ୨୭/୦୯/୨୧ (ଜିଲ୍ଲା ଖବର) : +୩ ଦ୍ଵିତୀୟ ପର୍ଯ୍ୟାୟ ନାମଲେଖା ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ପୂର୍ବରୁ ସେପ୍ଟେମ୍ବର ୨୪ ରୁ ୨୮ ପର୍ଯ୍ୟନ୍ତ ସ୍ନାତକ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ତାରିଖ ଘୋଷଣା କରାଯାଇଥିଲା।
ଆସନ୍ତା ୩୦ ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ନାମ ଲେଖାଇ ପାରିବେ। ଏହା ସହ ସେହିଦିନ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ମହାବିଦ୍ୟାଳୟର ଇ-ସ୍ପେଶରେ ସେମାନଙ୍କ ସମ୍ବନ୍ଧିତ ତଥ୍ୟ ଅପଡେଟ ବା ତ୍ରୁଟି ସଂଶୋଧନ କରିପାରିବେ।
ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଟ୍ଵିଟ୍ କରି ସୂଚନା ଦିଆଯାଇଛି। ଭାରତ ବନ୍ଦକୁ ଦୃଷ୍ଟିରେ ରଖି ଦ୍ଵିତୀୟ ପର୍ଯ୍ୟାୟ ନାମଲେଖାକୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।


