
ପିପିଲି, ୨୭/୦୯/୨୧ (ଜିଲ୍ଲା ଖବର) : ଆସନ୍ତା ୩୦ ତାରିଖରେ ପିପିଲିରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଆଜି ପ୍ରଚାରର ଶେଷ ଦିନ। ନିର୍ବାଚନ ଆଚରଣ ବିଧି ନିୟମ ଅନୁଯାୟୀ ଆଜି ସନ୍ଧ୍ୟାରୁ ପ୍ରଚାର ଶେଷ ହେବ ବୋଲି ଜଣାପଡିଛି।
ତେବେ ବାତ୍ୟା ଗୁଲାବ ପ୍ରଭାବରେ ରବିବାର ବର୍ଷା ହୋଇଥିଲେ ମଧ୍ୟ ପିପିଲିରେ ପ୍ରଚାର ଜୋରସୋର ଚାଲିଥିବା ଦେଖିବାକୁ ମିଳିଛି। ତିନି ପ୍ରମୁଖ ଦଳ ବିଜେଡି, ବିଜେପି, କ୍ରଂଗ୍ରେସ ପକ୍ଷରୁ ବରିଷ୍ଠ ନେତା ମାନେ ଘର ଘର ବୁଲି ପ୍ରଚାର କରିବା ସହିତ ନିଜ ଦଳର ପ୍ରାର୍ଥୀ ମାନଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି। ଆଜି ପ୍ରଚାରର ଶେଷ ଦିନ ହୋଇଥିବା ବେଳେ ପ୍ରଚାର ମଇଦାନ ବେଶ ଚଳଚଞ୍ଚଳ ରହିବ ବୋଲି ଆଶା ରହିଛି।


