Monday, October 19, 2026
Home ଅପରାଧ ସାପ କାମୁଡ଼ାରେ ୪ ବର୍ଷର ଶିଶୁପୁତ୍ର ମୃତ

ସାପ କାମୁଡ଼ାରେ ୪ ବର୍ଷର ଶିଶୁପୁତ୍ର ମୃତ

9

୨୭/୦୯/୨୧ (ଜିଲ୍ଲା ଖବର) : ବଣାଇଁ ଉପଖଣ୍ଡର କେ. ବଲାଙ୍ଗ ଥାନା ମହିଶିଛପଲ ଗ୍ରାମରେ ୪ ବର୍ଷର ଶିଶୁପୁତ୍ରକୁ ସାପ କାମୁଡ଼ାରେ ମୃତ୍ୟୁ। ମହିଶିଛପଲ୍ ଗାଁର ଅମ୍ବ୍ରିତ୍ ଓରାମଙ୍କର ଚାରି ବର୍ଷର ପୁଅ ଘର ଚଟାଣରେ ଶୋଇଥିବା ବେଳେ କୌଣସି ଏକ ବିଷାକ୍ତ ସାପ କାମୁଡ଼ାରେ ଗୁରୁତର ହୋଇ ଥିବାବେଳେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ତୁରନ୍ତ ଲହୁଣୀପଡ଼ା ଚିକିତ୍ସାଳୟକୁ ଅଣା ଯାଇଥିଲା।

 ସେଠାରେ ଡ଼ାକ୍ତର ମୃତ ଘୋଷଣା କରିଛନ୍ତି। ପରେ ପରିବାର ଲୋକେ  ଥାନାରେ ଅଭିଯୋଗ କରିବା ପରେ କେ ବଲାଙ୍ଗ ଥାନା ଅଧିକାରୀ ବିକାଶ ରଞ୍ଜନ ସ୍ଵାଇଁ ଘଟଣାର ତଦନ୍ତ କରିବା ସହିତ ଏକ ଆପମୃତ୍ୟୁ ମାମଲା ରୁଜୁ କରି  ଶବ ବ୍ୟବଚ୍ଛେଦ  ପରେ ପରିବାରବର୍ଗଙ୍କୁ ଶବ ହସ୍ତାନ୍ତର କରାଯାଇଥିବା ଜଣାପଡିଛି।