Sunday, November 15, 2026
Home ଆଞ୍ଚଳିକ ଆଗାମୀ ୬ ଘଣ୍ଟାରେ ଆହୁରି ଦୁର୍ବଳ ହେବ ବାତ୍ୟା ଗୁଲାବ

ଆଗାମୀ ୬ ଘଣ୍ଟାରେ ଆହୁରି ଦୁର୍ବଳ ହେବ ବାତ୍ୟା ଗୁଲାବ

8

୨୭/୦୯/୨୧ (ଜିଲ୍ଲା ଖବର) : ବାତ୍ୟା ଗୁଲାବ ଦୁର୍ବଳ ହୋଇ ଗଭୀର ଅବପାତ ଭାବେ ସକ୍ରିୟ। ଗତ ୬ଘଣ୍ଟାରେ ଏହା ଘଣ୍ଟା ପ୍ରତି ୧୪କିମି ବେଗରେ ପଶ୍ଚିମ ଦିଗରେ ଗତି କରୁଛି। ଆଗାମୀ ୬ ଘଣ୍ଟାରେ ଆହୁରି ଦୁର୍ବଳ ହୋଇ ଅବପାତର ରୂପ ନେବା ସମ୍ଭାବନା ରହିଛି।

ଗତକାଲି ସନ୍ଧ୍ୟା ସାଢ଼େ ୭ରୁ ୮ ମଧ୍ୟରେ କଳିଙ୍ଗପାଟ୍ଟନମ୍‌ର ସନ୍ଥଗୁଡ଼ାରେ ଲ୍ୟାଣ୍ଡଫଲ୍ କରିଥିଲା ବାତ୍ୟା ଗୁଲାବ। ଲ୍ୟାଣ୍ଡଫଲ ବେଳକୁ ପବନର ବେଗର ସର୍ବାଧିକ ଘଣ୍ଟାପ୍ରତି ୯୪ କିଲୋମିଟର ରହିଥିଲା। ଅପରପକ୍ଷରେ ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଗଜପତି, ରାୟଗଡ଼ା ଓ କ‌ୋରାପୁଟରେ ବର୍ଷା ଦେଖିବାକୁ ମିଳିଛି ।