
ବଲାଙ୍ଗୀର, ୨୭/୦୯/୨୧ (ଜିଲ୍ଲା ଖବର) : ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଳା ଥାନା ଅନ୍ତର୍ଗତ ବୈରାସର ଗ୍ରାମରେ ଜଣେ ଯୁବକ ଗଛରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା କରିଥିବା ଯୁବକ ଜଣକ ବୈରାସର ଗ୍ରାମର ସୁଭାକର ଥନାପତି ବୋଲି ପୋଲିସି ସୂଚନା ଦେଇଛି ।
ଗତ ରାତିରେ ଯୁବକ ଜଣକ ବୈରାସର ଜୋର ଖଣିରେ ଥିବା ବମୋର ଗଛରେ ନିଜ ଗାମୁଛା ଲଗାଇ ଆତ୍ମହତ୍ୟା କରିଅଛି । ସକାଳୁ ଗ୍ରାମବାସୀ ଗାଧୋଇ ଯାଇଥିବା ସମୟରେ ଉକ୍ତ ଯୁବକ କୁ ଦେଖି ପୁଇଁନ୍ତଳା ଥାନା କୁ ଖବର ଦେଇଥିଲେ ।
ଖବର ପାଇ ପୁଇଁନ୍ତଳା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏ ନେଇ ଅଧିକ ତଦନ୍ତ କରୁଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।



