Sunday, November 15, 2026
Home ଆଞ୍ଚଳିକ ଅଭିନେତ୍ରୀ ରକୁଲ ପ୍ରୀତ ସିଂ କଲେ ପ୍ଲାଷ୍ଟିକ୍ ସର୍ଜରୀ

ଅଭିନେତ୍ରୀ ରକୁଲ ପ୍ରୀତ ସିଂ କଲେ ପ୍ଲାଷ୍ଟିକ୍ ସର୍ଜରୀ

8

ନୂଆଦିଲ୍ଲୀ,୨୭/୦୯/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତ୍ରୀ ରକୁଲ ପ୍ରୀତ୍ ସିଂ ସବୁବେଳେ ସବୁ ଚରିତ୍ରରେ ନିଜର ଅଭିନୟର ଯାଦୁରେ ଦର୍ଶକଙ୍କ ହୃଦୟରେ ରାଜ୍ କରନ୍ତି । ତାଙ୍କୁ ପରଦାରେ ଦେଖିବାକୁ ଦର୍ଶକ ମଧ୍ୟ ବେଶ ପସନ୍ଦ କରନ୍ତି । ଖୁବ୍ କମ୍ ଦିନରେ ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।  

ନିକଟରେ ସେ ତାଙ୍କ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଛନ୍ତି ।  ଯାହା ଦେଖିବା ପରେ ତାଙ୍କୁ ଚିହ୍ନିବା କଷ୍ଟକର ହୋଇ ପଡିଛି । କାହିଁକି ନାଁ, ଏହି ଫଟୋରେ ତାଙ୍କ ଚେହେରା ସମ୍ପୂର୍ଣ୍ଣ ଅଲଗା ଦେଖା ଯାଉଛି । ଏହି ଫଟୋଟି ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଏହି ଫଟୋ ସେୟାର କରି ସେ କ୍ୟାପ୍ସନରେ ଲେଖିଛନ୍ତି ଯେ, ‘ଅନ୍ ଡିମାଣ୍ଡ ପୋଷ୍ଟ’ । ଏହା ସହିତ ହସୁଥିବା ଇମୋଜି ଦେଇଛନ୍ତି ।

ତାଙ୍କର ଏହି ଫଟୋ ଦେଖି ଲାଗୁଛି ଯେ,ସେ ବୋଧହୁଏ ପ୍ଲାଷ୍ଟିକ୍ ସର୍ଜରୀ କରିଛନ୍ତି । ତେବେ ତାଙ୍କର ଏହି ଲୁକକୁ କିଛି ଲୋକ ପସନ୍ଦ କରୁଥିବା ବେଳେ, ଅନେକ ଏହାର ନାପସନ୍ଦ କରିଛନ୍ତି ।

ଜଣେ ୟୁଜର ଲେଖିଛନ୍ତି ଯେ,ଏ କିଏ ? ଅନ୍ୟଜଣେ ଲେଖିଛନ୍ତି, ପ୍ଲାଷ୍ଟିକ୍ ସର୍ଜରୀ କହିଛନ୍ତି କି, ଏମାନଙ୍କୁ କ’ଣ ହୋଇଛି  ? ଏମିତି ସମସ୍ତେ ନିଜ ନିଜର ପ୍ରତିକ୍ରିୟା ପ୍ରକାଶ କରିବା ସହିତ, ତାଙ୍କୁ ଟ୍ରୋଲ କରୁଛନ୍ତି ।