ବଣ୍ଡା ଘାଟିରେ ଚିକିତ୍ସା ଅବହେଳାରୁ ଚାଲିଗଲା 15 ଦିନ ଶିଶୁର ଜୀବନ

2

ମାଲକାନଗିରି,୨୭/୦୯/୨୧ (ଜିଲ୍ଲା ଖବର) : ବଣ୍ଡାଘାଟିରେ ଚିକିତ୍ସା ଅବହେଳାରୁ 15 ଦିନର ଶିଶୁର ମୃତ୍ୟୁ।  ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଅବହେଳା ଓ ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟକର୍ମୀ ପାଦ ପଡୁନଥିବା କାରଣରୁ ଅକାଳରେ ଚାଲିଯାଇଛି  15 ଦିନର ବଣ୍ଡା ଶିଶୁ କନ୍ୟାର ଜୀବନ। ଏପରି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ବଣ୍ଡାଘାଟି  ତାଗାବେଡା ଗାଁରେ । 

ଗାଁର ମଙ୍ଗଳା ମୁଦୁଲିଙ୍କ ସ୍ତ୍ରୀ ସମ୍ବାରି ମୁଦୁଲି ମେଡ଼ିକାଲ ସୁବିଧା ନପାରିବାରୁ ଗତ 10 ତାରିଖ ଦିନ ନିଜ ଘରେ ଦ୍ବିତୀୟ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । କିନ୍ତୁ ବଣ୍ଡାଘାଟିର ଏହି ଗାଁ ଟି ଦୁର୍ଗମ ପାହାଡିଆର ପଥୁରିଆ ରାସ୍ତା ହୋଇଥିବାରୁ ଆମ୍ବୁଲାନ୍ସ କିମ୍ବା କୌଣସି ସ୍ୱାସ୍ଥ୍ୟ କର୍ମୀ ପହଞ୍ଚି ପାରି ନଥିବାରୁ ଶିଶୁ କନ୍ୟାଟିକୁ ଦୀର୍ଘ ସାତ ଦିନ ଜ୍ବର ହେବା ପରେ ରବିବାର ମୃତ୍ୟୁ ହୋଇ ଯାଇଥିଲା ।