
ଭୁବନେଶ୍ଵର,୨୬/୦୯/୨୧ (ଜିଲ୍ଲା ଖବର) : ଭୁବନେଶ୍ଵରରେ ବର୍ତ୍ତମାନ ୨୦ରୁ ୩୦ କିମି ବେଗରେ ପବନ ବହୁଛି। ଆଜି ମଧ୍ୟରାତ୍ରୀରୁ ସକାଳ ପର୍ଯ୍ୟନ୍ତ ରାଜଧାନୀର ୫୫ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ଵର ପାଣିପାଗ ବିଭାଗର ନିର୍ଦ୍ଦେଶକ ଏଚ.ଆର ବିଶ୍ଵାସ କହିଛନ୍ତି।
ରାଜଧାନୀରେ ବର୍ତ୍ତମାନ ଝିପିଝିପି ବର୍ଷା ହେଉଛି। ପାଗ କୋହଲା ରହିଛି। ପବନ ବି ବୋହୁଛି। କିନ୍ତୁ ଗଞ୍ଜାମ, ଗଜପତି ଭଳି ସ୍ଥିତି ନାହିଁ। ତେବେ ଆଜି ମଧ୍ୟ ରାତିରେ ସ୍ଥଳଭାଗ ଛୁଇଁବ ବାତ୍ୟା ଗୁଲାବ । ରାତି ୯ଟାରୁ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହେବ।
ଗଜପତିରେ ପ୍ରବଳ ବର୍ଷା ଯୋଗୁଁ ପାହାଡ଼ରୁ ଅତଡ଼ା ଖସିଛି । ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ନାମନଗଡ଼ ପଞ୍ଚାୟତର ଅଜୟଗଡ଼ ଘାଟି ନିକଟରେ ଅତଡ଼ା ଖସିଛି। ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ବର୍ତ୍ତମାନ ଗୋପାଳପୁର ଠାରୁ ଗୁଲାବ ୧୪୦ କିମି ଦୂରରେ ରହିଛି ।


