
ନୂଆଦିଲ୍ଲୀ, ୨୬/୦୯/୨୧ (ଜିଲ୍ଲା ଖବର) : ବିହାରରେ ବଡ ଅଘଟଣ। ବିହାରର ମୋତିହାରୀରେ ଡଙ୍ଗା ଓଲଟି 22 ଜଣ ଲୋକ ବୁଡିଯାଇଛନ୍ତି। ବୁଢି ଗଣ୍ଡକ ନଦୀରେ ଡଙ୍ଗା ବୁଡ଼ିଯିବା କାରଣରୁ 22 ଜଣ ଲୋକ ବୁଡ଼ିଯିବା ସହ ଏପର୍ଯ୍ୟନ୍ତ 6 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସୂଚନା ପାଇବା ପରେ ଜିଲ୍ଲା ପ୍ରଶାସନ ସମଗ୍ର ଟିମ୍ ସହିତ ଘଟଣାସ୍ଥଳରେ ପହଞ୍ଚିଛି।
ବୁଡ଼ିଯାଇଥିବା ୨୨ ଲୋକଙ୍କୁ ଖୋଜୁଛି ଓଡ୍ରାଫ ଟିମ୍। କୁହାଯାଉଛି ଯେ ଡଙ୍ଗାରେ ଅଧିକ ଲୋକ ଚଢିଥିବାରୁ ଭାରସାମ୍ୟ ହରାଇ ଡଙ୍ଗାଟି ଓଲଟି ପଡିଥିଲା। ଡଙ୍ଗାଟି ଛୋଟ ଥିଲା ଏବଂ ଏଥିରେ 12 ଜଣ ଲୋକ ବସିବାର କ୍ଷମତା ଥିଲା। ହେଲେ ବସିଥିଲେ 22 ରୁ ଅଧିକ ଲୋକ। ଯାହାଦ୍ୱାରା ଡଙ୍ଗାଟି ନଦୀ ମଝିରେ ବୁଡି ଯାଇଥିଲା।



