
ବ୍ରହ୍ମପୁର,୨୬/୦୯/୨୧ (ଜିଲ୍ଲା ଖବର) : ବାତ୍ୟା ଯୋଗୁଁ ତିନୋଟି ଦିଗ ଉପରେ ନଜର ରଖାଯାଇଛି । ପବନ, ଭୂସ୍ଖଳନ, ବନ୍ୟା । ପବନ ଯୋଗୁଁ ଅଧିକ କ୍ଷୟକ୍ଷତି ହେବ, ଗଛ, ଖୁଣ୍ଟି ଉପୁଡିପାରେ । ଗଜପତି, ରାୟଗଡା, କୋରାପୁଟରେ ଲ୍ୟାଣ୍ଡ ସ୍ଲାଇଡ ହେବାର ସମ୍ଭାବନା ରହିଛି । ନାଗାବଳି, ଋଷିକୂଲ୍ୟା ବଂଶଧାରାରେ ବନ୍ୟା ପାଣି ଆସିପାରେ ଓ ଫ୍ଲାସ୍ ଫ୍ଲଡ୍ ଆସିପାରେ । ଏଥିପାଇଁ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି ଏସଆରସି ପ୍ରଦୀପ ଜେନା ।
ବାତ୍ୟା ଗୁଲାବ ପାଇଁ ସୋମବାର 11 ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସ୍କୁଲ ଓ ଶିକ୍ଷାନୁଷ୍ଠାନ ଛୁଟି କହିଲେ SRC । ଆଜି ରାତି 9ରୁ 10ଟା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ଗୁଲାବ । ଶ୍ରୀକାକୁଲମ୍ ଜିଲ୍ଲାରେ ସ୍ଥଳଭାଗ ଛୁଇଁବା ନେଇ ଆକଳନ କରାଯାଇଛି । ବିଭିନ୍ନ ସ୍ଥାନରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଉଛି । ସକାଳ 8ଟା ସୁଦ୍ଧା 5 ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି ।
ଅପରାହ୍ନ 4ଟା ଯାଏଁ ଉଦ୍ଧାର ପ୍ରକ୍ରିୟା ଜାରି ରହିବ ବୋଲି କହିଛନ୍ତି SRC । ଗଞ୍ଜାମ ଓ ଗଜପତି ବିଶେଷ ପ୍ରଭାବିତ ହେବା ଆଶଙ୍କା ରହିଛି । ଗଞ୍ଜାମ ଓ ଗଜପତିରେ 60ରୁ 70 କିମି ବେଗରେ ପବନ ବହିବ । ଉପକୂଳବର୍ତ୍ତୀ ଜିଲ୍ଲାରେ ପବନର ବେଗ 40 ରୁ 50 କିମି ରହିବ । କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ, ଗଛ ଉପୁଡ଼ିପାରେ । ଭୂସ୍ଖଳନ ଉପରେ ନଜର ରଖିବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି । ଆଜି ସନ୍ଧ୍ୟାରୁ କାଲି ସକାଳ 10ଟା ଯାଏଁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଏସଆରସି ।


