Wednesday, November 11, 2026
Home ଆଞ୍ଚଳିକ ଆସୁଛି ବାତ୍ୟା ‘ଗୁଲାବ’, ଆଜି ଓ ଆସନ୍ତାକାଲି ପାଇଁ ୨୮ଟି ଟ୍ରେନ ବାତିଲ

ଆସୁଛି ବାତ୍ୟା ‘ଗୁଲାବ’, ଆଜି ଓ ଆସନ୍ତାକାଲି ପାଇଁ ୨୮ଟି ଟ୍ରେନ ବାତିଲ

17

୨୬/୦୯/୨୧ (ଜିଲ୍ଲା ଖବର) : ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଆଜି ଓ ଆସନ୍ତାକାଲି ପାଇଁ ପୂର୍ବତଟ ରେଳପଥ ଦେଇ ଚଳାଚଳ କରୁଥିବା ୨୮ଟି ଟ୍ରେନ୍ ବାତିଲ କରାଯାଇଛି । ଆଜି ପାଇଁ ଭୁବନେଶ୍ୱର-ବେଙ୍ଗାଲୁର ପ୍ରଶାନ୍ତି ଏକ୍ସପ୍ରେସ୍, ଭୁବନେଶ୍ୱର-ଯଶବନ୍ତପୁର, ଭୁବନେଶ୍ୱର ବିଶାଖପାଟଣା, ବିଶାଖପାଟଣା ଭୁବନେଶ୍ୱର, ଭୁବନେଶ୍ୱର-ଶିକନ୍ଦରାବାଦ ବିଶାଖା ଟ୍ରେନ୍, ଭୁବନେଶ୍ୱର-ତିରୁପତି ବାତିଲ କରାଯାଇଛି । ସେହିପରି ପୁରୀ-ଗୁଣୁପୁର, ପୁରୀ-ଚେନ୍ନାଇ ସେଂଟ୍ରାଲ, ଗୁଣୁପୁର-ବିଶାଖପାଟଣା, ବିଶାଖପାଟଣା-ଗୁଣୁପୁର ଟ୍ରେନ୍ ବାତିଲ କରାଯାଇଛି ।

ସେହିପରି ୨୭ ତାରିଖ ପାଇଁ ତିରୁପତି-ଭୁବନେଶ୍ୱର, ଗୁଣୁପୁର-ପୁରୀ, ଚେନ୍ନାଇ-ପୁରୀ, ପଲାସା-ଭୁବନେଶ୍ୱର, ଟାଟା-ବିଶାଖାପାଟଣା, ନାନ୍ଦେଡ଼ -ସମ୍ବଲପୁର ଓ ରାୟଗଡ଼ା-ବିଶାଖପାଟଣା ଟ୍ରେନ୍ ବାତିଲ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ପୂର୍ବତଟ ରେଳପଥ । ଅନ୍ୟପଟେ ଆଜି ପାଇଁ ପୁରୀ-ଓଖା ସ୍ୱତନ୍ତ୍ର ଟ୍ରେନ୍ ଗତିପଥ ପରିବର୍ତନ କରାଯାଇଛି । ଏହା ଅନୁଗୁଳ-ସମ୍ବଲପୁର-ଟିଟଲାଗଡ-ଲାଗୋଲି-ବଲ୍ଲାହର୍ସ ଦେଇ ଚଳାଚଳ କରିବ । ଏହା ବ୍ୟତିତ ୫ଟି ଟେନର ସମୟ ସାରଣୀରେ ପରିବର୍ତନ କରାଯାଇଛି ।