Saturday, October 10, 2026
Home ଆଞ୍ଚଳିକ ପାହାଡରୁ ଖସିଲା ମାଟି ଅତଡା, ଯାତାୟତ ବାଧାପ୍ରାପ୍ତ

ପାହାଡରୁ ଖସିଲା ମାଟି ଅତଡା, ଯାତାୟତ ବାଧାପ୍ରାପ୍ତ

18

ଗଜପତି,୨୬/୦୯/୨୧ (ଜିଲ୍ଲା ଖବର) : ଲ୍ୟାଣ୍ଡଫଲ ପୂର୍ବରୁ ବିଭିନ୍ନ ଜିଲ୍ଲାରେ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିଛି । ଗଜପତିରେ ପ୍ରବଳ ବର୍ଷା ଯୋଗୁଁ ପାହାଡ଼ରୁ ଖସିଲା ଅତଡ଼ା । ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ନାମନଗଡ଼ ପଞ୍ଚାୟତର ଅଜୟଗଡ଼ ଘାଟି ନିକଟରେ ଖସିଛି ଅତଡ଼ା । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଜିଲ୍ଲା ପ୍ରଶାସନିକ ଅଧିକାରୀ ।

ବର୍ତ୍ତମାନ ଗୋପାଳପୁର ଠାରୁ ଗୁଲାବ 140 କିମି ଦୂରରେ ରହିଛି । 70 କିମି ବେଗରେ ମାଡି ଆସୁଛି ବାତ୍ୟା । ରାତି 9 ଟାରୁ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହେବା ପାଣିପାଗ ବିଭଗା ପକ୍ଷରୁ ସୂଚନା ରହିଛି ।  ବାତ୍ୟା ସମୟରେ ଯୋଗାଯୋଗର ସୁବିଧା ପାଇଁ BSNL ଏବଂ ଅନ୍ୟାନ୍ୟ ନେଟୱର୍କକୁ ମଧ୍ୟ ଜିଲ୍ଲା ପ୍ରଶାସନ ଯୋଗାଯୋଗ କରିଛି ସେମାନଙ୍କୁ ମଧ୍ୟ ଡିଜେଲ ମଧ୍ୟ ଦିଆଯାଇଛି ।

୮ଟି JCB ର ବ୍ୟବସ୍ଥା କରାଯାଇଛି । ଯାହାଦ୍ୱାରା ରାସ୍ତାକୁ ସଫା କରିବା ପାଇଁ ବ୍ୟବସ୍ଥା କରାଯାଇଛି । 8000 ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ ରଖିବା ବ୍ୟବସ୍ଥା କରାଯାଇଛି । ବିଦ୍ୟୁତକୁ ପବନ ବେଗ ୪୦ ସ୍ପିଡ୍  ଥିଲେ ବିଦ୍ୟୁତ କଟାଯିବ । ସ୍କୁଲ ସେଣ୍ଟରରେ ଖାଦ୍ୟ ସାମଗ୍ରୀ ଦିଆଯିବ । NAC, ମ୍ୟୁନିସିପାଲିଟିରେ ଖାଦ୍ୟ ବ୍ୟବସ୍ଥା କରାଯାଇଛି ।